ଜାଣନ୍ତୁ ପିଜୁଳି ପତ୍ର ଖାଇବାର ଉପକାରିତା

35

ଯେଉଁଭଳି ଜୀବନଶୈଳୀ ଆମେ ଜିଉଁଛେ, ସେଥିରେ ସ୍ୱାସ୍ଥ୍ୟ ସହ ଜଡ଼ିତ ବିଭିନ୍ନ ସମସ୍ୟା ରହିବା ସ୍ୱାଭାବିକ। ସେଥିରୁ ଏକ ବଡ଼ ସମସ୍ୟା ହେଉଛି ମୋଟାପଣ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପିଜୁଳି ପତ୍ର ଏହି ସମସ୍ୟାକୁ ଦୂର କରି ପାରିବ। ଖାଲି ପେଟରେ ପିଜୁଳି ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେଇଥାଏ I ପିଜୁଳି ପତ୍ରରେ ଭିଟାମିନ୍ ସି, ଭିଟାମିନ୍ ବି, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ପ୍ରୋଟିନ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ | ଏହାର ବ୍ୟବହାର ଦ୍ୱାରା ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରେ ଉପକୃତ ମିଳି ପାରିବ I

ହଜମ ପାଇଁ
ପିଜୁଳି ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି I ଗ୍ୟାଷ୍ଟ୍ରିକ୍ ଅଲସରକୁ ରୋକିବାରେ ଏହା ସହାୟକ ହୋଇଥାଏ I ଏହା ସହିତ ହଜମ ଶକ୍ତି କୁ ମଧ୍ୟ ବଢ଼ାଇଥାଏ I

ପିଜୁଳି ପତ୍ରକୁ ଭଲ ଭାବରେ ଧୋଇ ପାଣିରେ ସିଝାନ୍ତୁ। ଏବେ ଏହି ପାଣିକୁ ଛାଣି ଏକ ଗ୍ଲାସ୍‌ରେ ଭର୍ତ୍ତି କରନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଖାଲି ପେଟରେ ସେବନ କରନ୍ତୁ।

ଶ୍ୱାସ ସମ୍ବନ୍ଧିତ ସମସ୍ୟା ଦୂର କରେ
ପିଜୁଳି ପତ୍ରର ରସ ଖାଇବା ଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ଦୂର ହୋଇଥାଏ I ପିଜୁଳି ପତ୍ରରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି I ଯାହାକି ବ୍ରୋଙ୍କାଇଟିସ୍ ଭଳି ସମସ୍ୟା ଦୂର କରିଥାଏ I


-ଗ୍ୟାଷ୍ଟ୍ରିକ୍‌ ଅଲସରରୁ ମୁକ୍ତି ପାଇବା ପାଇଁ ପିଜୁଳି ପତ୍ର ସେବନ କରନ୍ତୁ।

-ଡାଇବେଟିସ୍‌ ରୋଗୀ ପିଜୁଳି ପତ୍ରର କାଢା ପିଇ ଏହି ସମସ୍ୟାରୁ ଛୁଟକାରା ପାଇ ପାରିବେ।

-କୋଲେଷ୍ଟ୍ରୋଲକୁ କମ୍‌ କରିବାରେ ମଧ୍ୟ ପିଜୁଳି ପତ୍ର ବହୁତ କାମରେ ଆସି ପାରିବ।

-ହଜମ ପ୍ରକ୍ରିୟାକୁ ଠିକ୍‌ ରଖିବା ପାଇଁ ପିଜୁଳି ପତ୍ର ଚୋବାଇ ଖାଆନ୍ତୁ।

-ଆଣ୍ଟି ଆଲର୍ଜିକ ଗୁଣରେ ଭରପୂର ପିଜୁଳି ପତ୍ର କୁଣ୍ଡାଇ ହେବା ଏବଂ ଆଲର୍ଜି ଭଳି ସମସ୍ୟାରୁ ମୁକ୍ତି ଦେଇ ପାରିବ।
କ୍ଷତି ଏବଂ ସାବଧାନତା
-ପିଜୁଳିର ବାସି ପତ୍ର ସେବନ କରିବା ଉଚିତ ନୁହେଁ।

-ଗର୍ଭବତୀ ମହିଳା କିମ୍ବା ସ୍ତନପାନ କରାଉଥିବା ମହିଳା ଡାକ୍ତରଙ୍କ ପରାମର୍ଶରେ ହିଁ ପିଜୁଳି ପତ୍ର ସେବନ କରିବା ଉଚିତ।

Comments are closed, but trackbacks and pingbacks are open.