ମହିଳା କୋର୍ଟ ପ୍ରତିଷ୍ଠା ହେବା ଲାଗି ଆଇନ ମନ୍ତ୍ରୀଙ୍କ ସୂଚନା

238

ଭୁବନେଶ୍ୱର: ରାଜ୍ୟରେ ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍‌ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ କରିବେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ୪ଟି କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପୃଥ୍ବୀରାଜ କହିଛନ୍ତି, ରାଜ୍ୟରେ ୪ଟି ମହିଳା କୋର୍ଟ ପ୍ରତିଷ୍ଠା ସମ୍ବନ୍ଧୀୟ ପ୍ରସ୍ତାବ ଖୁବ୍‌ଶୀଘ୍ର ଓଡ଼ିଶା ହାଇକୋର୍ଟକୁ ପଠାଯିବ। ଏହି ୪ଟି କୋର୍ଟ କେବଳ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ବିଚାର କରିବେ। ଏଥିରେ ମହିଳା ବିଚାରପତି ଏବଂ ସରକାରୀ ଓକିଲ ରହିବେ।

Comments are closed, but trackbacks and pingbacks are open.