ଭୁବନେଶ୍ୱର: ଏନ୍ଆଇଏ ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍ ପ୍ରସଙ୍ଗରେ ତଦନ୍ତ କରୁଛି। ଯାହାର ଲିଙ୍କ୍ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଏହି ମାମଲାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ। ଯେଉଁମାନେ ପଡ଼ୋଶୀ ଦେଶ ପାଇଁ ଗୁଇନ୍ଦାଗିରି କରୁଛନ୍ତି ବା ସହାୟତା କରୁଛନ୍ତି, ସେମାନଙ୍କୁ କେବେ ବି ଛଡ଼ା ଯିବନାହିଁ । ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍ ମାମଲାରେ ତଦନ୍ତକୁ ଅଧିକ ଜୋରଦାର କରାଯାଇଛି। ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କୁ ପୁରୀ ନଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ପୁଲିସ ସ୍କାନରରେ ରହିଛି ପ୍ରିୟଙ୍କାଙ୍କ ପୂରା ପରିବାର । ପୁରୀ ଆସିଥିବା ବେଳେ ଜ୍ୟୋତି ଯାଇଥିବା ସ୍ଥାନକୁ ମଧ୍ୟ ସ୍କାନରରେ ରଖିଛି ପୁଲିସ । ପ୍ରିୟଙ୍କାଙ୍କଠାରୁ ତଥ୍ୟ ନେଇ ସେସବୁ ସ୍ଥାନକୁ ଯାଇ ତଦନ୍ତ କରାଯିବ । ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ ଜ୍ୟୋତି , ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ ? ସେସଂପର୍କରେ ତଦନ୍ତ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା ।
Comments are closed, but trackbacks and pingbacks are open.