ସେମିଫାଇନାଲରେ ହାରିଯାଇଛନ୍ତି ଲଭଲିନା

62

ଭାରତୀୟ ମହିଳା ବକ୍ସର ଆସାମ ର ଲଭଲିନ୍ ବୋର୍ଗୋହେନ୍ ସେମିଫାଇନାଲରେ ହାରିଯାଇଛନ୍ତି। ଏଥିସହ ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହିଳା ୱେଲ୍ଟର (୬୪-୬୯ କେଜି) ସେମିଫାଇନାଲରେ ଲଭଲିନା ତୁର୍କୀର ବୁସେନାଜ ସୁର୍ମେନେଲୀଙ୍କୁ ଭେଟିଥିଲେ। କିନ୍ତୁ ଦୁନିଆର ଏକ ନମ୍ବର ବକ୍ସରଙ୍କ ଆଗରେ ଲଭଲିନା ହାରିଯାଇଥିଲେ । ଯେଉଁ କାରଣରୁ ଲଭଲିନା ୦-୫ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଯଦିଓ ଲଭଲିନା ସେମିରେ ପହଞ୍ଚି ପଦକ ପକ୍କା କରିସାରିଥିଲେ, ସେଥିପାଇଁ ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅଲିମ୍ପିକ୍ସ ଇତିହାସରେ ବକ୍ସିଂରେ ପଦକ ଜିତିବାରେ ଲଭଲିନା ତୃତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ବିଜେନ୍ଦର ସିଂହ (୨୦୦୮) ଓ ଏମ୍‌ସି ମ୍ୟାରୀକମ୍ (୨୦୧୨) ବ୍ରୋଞ୍ଜ ପଦକ ଜିତିଥିଲେ।

Leave A Reply

Your email address will not be published.