ଏସବିଆଇ କାର୍ଡ଼ ଫେଷ୍ଟିଭ୍ ଅଫର୍‌ର ଶୁଭାରମ୍ଭ

32

ନୂଆଦିଲ୍ଲୀ / ଭୁବନେଶ୍ୱର: ଏସବିଆଇ କାର୍ଡ଼, ଭାରତର ସର୍ବବୃହତ୍ ପିଓର-ପ୍ଲେ କ୍ରେଡିଟ୍ କାର୍ଡ଼ ଜାରିକର୍ତ୍ତା ଚଳିତ ପାର୍ବଣ ଋତୁ ୨୦୨୨ ଉପଲକ୍ଷେ ସାରା ଭାରତରେ ଏହାର ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବର ୨୨ଠାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ପ୍ରଦାନ କରୁଛି । ଏଥିମଧ୍ୟରୁ ୧୬୦୦+ ଅଫର ଅନଲାଇନ୍ ଓ ଅଫଲାଇନ ମର୍ଚ୍ଚାଣ୍ଟମାନଙ୍କ ଦ୍ୱାରା ଟିୟର ୧, ଟିୟର୨ ଓ ଟିୟର ୩ ସହର ଗୁଡ଼ିକରେ ପ୍ରଦାନ କରାଯାଉଛି । ଏସବିଆଇ କାର୍ଡ଼ ଏହାର ଗ୍ରାହକମାନଙ୍କ ପାଇଁ ଏହି ସପିଂ ଅନୁଭୂତିକୁ ଆହୁରି ଆନନ୍ଦଦାୟକ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଫର ଗୁଡ଼ିକୁ ବ୍ୟାପକଶ୍ରେଣୀୟ ଲୋକପ୍ରିୟ ବର୍ଗରେ ପ୍ରଦାନ କରାଯାଉଛି ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଇଲେକ୍‌ଟ୍ରୋନିକ୍ସ, ମୋବାଇଲ୍‌, ଫେସନ ଓ ଲାଇଫଷ୍ଟାଇଲ୍‌, ଜୁଏଲାରୀ, ଟ୍ରାଭେଲ୍ ଓ ଅନଲାଇନ୍ ମାର୍କେଟ୍‌ପ୍ଲେସ୍ ଇତ୍ୟାଦି ।
ଏସବିଆଇ କାର୍ଡ଼ ଗ୍ରାହକମାନଙ୍କ ପାଇଁ ପାର୍ବଣ ଅଫର୍‌ରେ ୭୦ଟି ଜାତୀୟ ଅଫର ୧୫୫୦ ଆଞ୍ଚଳିକ ଓ ହାଇପରଲୋକାଲ୍ ଅଫର ୨୬୦୦ ସହରରେ ପ୍ରଦାନ କରାଯାଉଛି । ଏହି ପାର୍ବଣ ଅଫରର ଅଂଶସ୍ୱରୂପ ଗ୍ରାହକମାନେ ବିଭିନ୍ନ ପାର୍ଟନରବ୍ରାଣ୍ଡ ମାଧ୍ୟମରେ ୨୨.୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଲାଭ କରିପାରିବେ । ଏସ୍‌ବିଆଇ କାର୍ଡ଼ ଗ୍ରାହକମାନଙ୍କ ପାଇଁ ଏକ ପ୍ରମୁଖ ଅଫର ହେଉଛି ‘ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍‌’ ପାଇଁ ଆମାଜନ୍ ସହିତ ଏସବିଆଇ କାର୍ଡ଼ ସ୍ୱତନ୍ତ୍ର ସହଭାଗୀତା ସ୍ଥାପନ କରିଛି । ଏହି ସର୍ବବୃହତ୍ ଅନଲାଇନ୍ ସେଲ୍ କାର୍ଯ୍ୟକ୍ରମଟି ଅକ୍ଟୋବର ୩ ପର୍ଯ୍ୟନ୍ତ ଲାଇଭ୍ ରହିଛି । ଏହା ବ୍ୟତୀତ ଏସବିଆଇ କାର୍ଡ଼ର ପ୍ରାୟ ୨୮ ପ୍ରମୁଖ ଗ୍ଲୋବଲ ଓ ଜାତୀୟ ପାର୍ଟନର ବ୍ରାଣ୍ଡ ସହିତ ଏହାର ମୂଲ୍ୟବାନ ଗ୍ରାହକମାନଙ୍କ ପାଇଁ ବ୍ୟାପକ ଅଫର ପ୍ରଦାନ କରୁଛି । ଏହି ପ୍ରମୁଖ ବ୍ରାଣ୍ଡ ଗୁଡ଼ିକ ମଧ୍ୟରେ ସାମିଲ୍ ରହିଛନ୍ତି ଫ୍ଲିପକାର୍ଟ, ସାମସଙ୍ଗ ମୋବାଇଲ୍‌, ରିଲାଏନ୍ସ ଟ୍ରେଣ୍ଡ୍‌, ପାଣ୍ଟାଲୁନ୍ସ, ରେମଣ୍ଡସ, ଏଲଜି, ସାମସଙ୍ଗ, ସୋନି, ମେକ୍ ମାଇଁ ଟ୍ରିପ, ଗୋଆଇବିବୋ, ବିଶାଲ ମେଗା ମାର୍ଟ, ରିଲାଏନ୍ସ ଜୁଏଲ୍ସ, କାରାଟଲେନ୍‌, ହିରୋ ମୋଟର୍ସ ଓ ଆହୁରି ଅନେକ । ରାମ ମୋହନ ରାଓ ଅମାରା, ଏମ୍‌ଡିଓ ସିଇଓ, ଏସବିଆଇ କାର୍ଡ଼ ଏହି ଅବସରରେ କହିଛନ୍ତି ଯେ ଆମ ଅନୁଭୂତିରେ ପାର୍ବଣ ଋତୁରେ ପ୍ରାୟତଃ ଗ୍ରାହକମାନେ ଯୋଜନାକୃତ ଭାବରେ ବା ବିନା ଯୋଜନାରେ ସର୍ବାଧିକ ଖର୍ଚ୍ଚ କରିଥାନ୍ତି । ପାର୍ବଣର କ୍ରୟ ଅନୁଭୂତିକୁ ଆହୁରି ମଜାଦାର କରିବା ପାଇଁ ଓ ଏହାକୁ ଏହାର ଗ୍ରାହକମାନଙ୍କ ପାଇଁ ଆହୁରି ସହଜ କରିବା ନିମନ୍ତେ ଏସବିଆଇ କାର୍ଡ଼ ଇଏମ୍‌ଆଇ ବର୍ତ୍ତମାନ ୧.୬ ଲକ୍ଷ+ ମର୍ଚ୍ଚାଣ୍ଟ ଓ ୨.୨୫ ଲକ୍ଷ+ ଷ୍ଟୋରରେ ସାରା ଭାରତରେ ଉପଲବ୍ଧ ରହିଛି । ଗ୍ରାହକମାନେ ଇଏମ୍‌ଆଇ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୨୫+ ଇଲେକ୍‌ଟ୍ରୋନିକ୍ସରେ ଓ ମୋବାଇଲ୍ ବ୍ରାଣ୍ଡରେ ପାଇପାରିବେ । ଗ୍ରାହକମାନେ ୧୫% କ୍ୟାସବ୍ୟାକ୍ ସୁବିଧାକୁ ବଛା ବଛା ରିଜିଓନାଲ୍ ମର୍ଚ୍ଚାଣ୍ଟଙ୍କଠାରୁ ପାଇପାରିବେ ।

Comments are closed, but trackbacks and pingbacks are open.