ICUରେ ଲତା ମଙ୍ଗେଶକର : କୋଭିଡ ରେ ସଂକ୍ରମିତ ହୋଇ ଗୁରୁତର

15

ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଗତ ଦୁଇ ବର୍ଷ ଧରି ସାରା ବିଶ୍ୱ ସହିତ ସାରା ଦେଶ କଲବଲ ହୋଇ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଲେଣି I କରୋନା କେତେବେଳେ କାହାକୁ ତା ପଞ୍ଝାରେ ଆକ୍ରମଣ କରୁଛି ତାର କୌଣସି ଠିକଣା ନାହିଁ ଏହି କ୍ରମରେ ଆଜି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ଠାରେ କୋଭିଡ ଥିବା ସ୍ପଷ୍ଟ ହୋଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ICUରେ ଭର୍ତ୍ତି କରାଯାଇ ତାଙ୍କୁ ଚିକିତ୍ସା କରାଯାଉଛି Iକରୋନାର ସ୍ୱଳ୍ପ ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିଥିଲା । ଏହା ସହିତ ସେ ନିମୋନିଆରେ ବି ସଂକ୍ରମିତ ଅଛନ୍ତି । ଡାକ୍ତରଙ୍କ କହିବା କଥା ଯେ, ଲତା ମଙ୍ଗେସକରଙ୍କର ବୟସ ସମ୍ବନ୍ଧୀୟ ସମସ୍ୟା ରହିଛି । ଯାହାର ଚିକିତ୍ସା କରାଯାଉଛି । ଏନେଇ ତାଙ୍କ ଭାଣଜୀ ରଚନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.