ସରକାରୀ ବାବୁଙ୍କୁ ଜଗିବ ଲ୍ୟାଣ୍ଡ୍ ଫୋନ୍

36

ପୁଣି ଫେରିବ ଲ୍ୟାଣ୍ଡ୍ ଫୋନ୍ । ପ୍ରତ୍ୟେକ ଅଫିସ୍‌ରଙ୍କୁ ଅଫିସରେ ଲ୍ୟାଣ୍ଡ୍ ଫୋନ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ମୋବାଇଲ ଫୋନ୍ ଯୁଗରେ ଲ୍ୟାଣ୍ଡ୍ ଫୋନ୍‌ର କଣ ଆବଶ୍ୟକତା ରହିଛି ତାହା ଏବେ ସବୁଠୁ ବଡ ପ୍ରଶ୍ନ ? ଏହାର କାରଣ ହେଉଛି ସରକାରୀ ବାବୁଙ୍କ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଏପରି ପଦକ୍ଷପ ନେଇଛି । ତେବେ ଅଫିସ୍‌ର ଜଣକ ଅନ୍ୟକୋଉଠି ଅଛନ୍ତି ନା ଅଫିସ୍‌ରେ ଅଛନ୍ତି ଏଥିରୁ ଜଣା ପଡିବ । ଆଗରୁ ଥିଲା କର୍ମଚାରୀ ଅଫିସକୁ ଆସିଲେ ଉପସ୍ଥାପନ ଖାତାରେ ଦସ୍ତଖତ କରିବେ । ହେଲେ ସେଥିରେ ଦେଖାଗଲା ମନ ଇଚ୍ଛା ବାବୁ ମାନେ ଆସିଲେ ଆଉ ସମୟ ଖାତାରେ ପକାଇଲେ ୧୦ ଟା । ତେବେ ଏହାକୁ ରୋକିବାକୁ ସରକାର ଏକ ନୂଆ ଟେକ୍ନୋଲୋଜି ବାଓମେଟ୍ରିକ୍ କିଏ କେତେବେଳେ ଆସିଲେ ଜଣାପଡିବ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ତାହା ମଧ୍ୟ କାମ ଦେଆନି । ସରକାର ଜଦି ଡାଳେ ଡାଳେ ଯାଆନ୍ତି କର୍ମଚାରୀ ମାନେ ପତ୍ରେ ପତ୍ରେ ଗଲେ । ଠିକ୍ ଟାଇମ୍‌ରେ ଆସି ଫିଙ୍ଗର ପ୍ରିଣ୍ଟ ପକେଇ ଦେଇ ଯିଏ ଜୁଆଡେ ଯିବା କଥା ଚାଲିଯାଇଛନ୍ତି । ଉପରୁ ଫୋନ ଆସିଲେ ମୋବାଇଲରେ ଆସିବ । ଆଉ ସେଇଟା ତ ପକେଟ୍‌ରେ ଅଛି । ତେଣୁ ସମସ୍ୟା ନାହିଁ । ଏ କଥାଟା ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବାରୁ ଉପର ମହଲାରେ ସ୍ଥିର ହେଇଛି , ଏଣିକି ସବୁ ଅଫିସ୍‌ରେ ଲ୍ୟାଣ୍ଡ ଫୋନ୍ ରହିବ । କର୍ମଚାରୀ ଅଫିସ୍‌ରେ ମହଜୁଦ୍ ଥିଲେ ଧରିବେ , ନ ହେଲେ ଫୋନ୍ ବାଜିବାଜି ରହିବ । ତେବେ ଦେଖାଯାଉ , ଏ ବ୍ୟବସ୍ଥାକୁ ନିଜ ପ୍ରୟୋଜନ ମୁତାବକ ବୁଲେଇ ଦେବାର ଅନ୍ୟ କିଛି କୌଶଳ ବୃଦ୍ଧିମାନ କର୍ମଚାରୀ ଉଦ୍ଭାବନ କରପାରୁଛନ୍ତି କି ନାହିଁ ।

Comments are closed, but trackbacks and pingbacks are open.