ଚାକିରି ପାଇଁ ଜମି ଦୁର୍ନୀତି: ରାବ୍ରି ଦେବୀଙ୍କୁ ଇଡି ଜେରା

30

ବିହାରରେ ଚାକିରି ପାଇଁ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଗୁରୁବାର ପ୍ର୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଘଣ୍ଟା ଜେରା କରିଛି। ସକାଳ ୧୧ଟାରେ ରାବ୍ରି ଇଡି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ବାହାରକୁ ଆସିବା ପରେ ଅପରାହ୍ନ ୨ଟାରେ ପୁଣି କାର୍ଯ୍ୟାଳୟକୁ ଯାଇଥିଲେ।

ମନିଣ୍ଡରିଂ ନିରୋଧୀ ଆକ୍ଟ ଅଧୀନରେ ଇଡି ପକ୍ଷରୁ ରାବ୍ରିଙ୍କ ବୟାନ ରେକର୍ଡ କରାଯାଉଛି। ରାବ୍ରି ଦେବୀଙ୍କ ସମେତ ପୁଅ ତେଜସ୍ବୀ ଯାଦବ, ଝିଅ ମିସା ଭାରତୀ, ଚନ୍ଦା ଯାଦବ ଏବଂ ରାଗିଣୀ ଯାଦବଙ୍କ ମନିଲଣ୍ଡରିଂ ମାମଲା ନେଇ ଇଡି ଜେରା କରିସାରିଛି।

Comments are closed, but trackbacks and pingbacks are open.