ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଲଳିତ

22

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି ବାଙ୍କିର ଲଳିତ ମୋହନ ପଣ୍ଡା ।  ଓଡ଼ିଆ ପୁଅ  ଲଳିତ ଆଜି ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ  । ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ ୨୦୧୮-୧୯ ମସିହା ପାଇଁ ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଏକ ବର୍ଣ୍ଣାଢ଼୍ୟ ଆୟୋଜନରେ ଆଜି ଭାରତର ଉପରାଷ୍ଟ୍ରପତି ଲଳିତଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି  । ଦେଶର ୫ଟି ଜୋନ ତଥା ପୂର୍ବ, ପଶ୍ଚିମ ଓ କେନ୍ଦ୍ର, ଉତ୍ତର, ଦକ୍ଷିଣ, ଏବଂ ଉତ୍ତର ପୂର୍ବ ଅଞ୍ଚଳରୁ ୫ଟି ପୁରସ୍କାର ପାଇଁ  ଦରଖାସ୍ତ ଦିଆଯାଇଥିଲା । ସାରା ଭାରତବର୍ଷରୁ ଏକାକି ଲଳିତଙ୍କୁ ଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ବଛା ଯାଇଥିଲା  ।  ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏହି ଉସôବରେ ଶ୍ରେଷ୍ଠ ହୋଟେଲ, ଶ୍ରେଷ୍ଠ ସେଫ୍, ଶ୍ରେଷ୍ଠ ଟୁର୍ ଅପରେଟର, ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ଇତ୍ୟାଦି ଅନେକ ଶ୍ରେଣୀ ରେ ଜାତୀୟ ପୁରସ୍କାର ଦିଆଯିବ । ସମଗ୍ର ଦେଶରୁ ଏକ ମାତ୍ର ୱାଇଲ୍ଡ ଲାଇଫ ଗାଇଡ଼ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବା ଓଡ଼ିଶା ପାଇଁ ଗୌରବର ବିଷୟ । ଟୁରିଜିମ ମ୍ୟାନେଜମେଣ୍ଟ ଡିଗ୍ରୀ ଲାଭ କରିବା ପରେ, ପ୍ରଫେସନାଲ ଗାଇଡ ପ୍ରଶିକ୍ଷଣ ନେଇ ଗତ ୮ ବର୍ଷ ଧରି ରାଜ୍ୟ ଗାଇଡ ଭାବରେ ଫ୍ରି ଲାନ୍ସ କାର୍ଯ୍ୟ କରୁଛନ୍ତି  । ଗାଇଡ କାମ ସହିତ ସ୍ନେକ ହେଲ୍ପ ଲାଇନର ଏକ ଶୃଙ୍ଖଳିତ ସଦସ୍ୟ ହିସାବରେ ବାଙ୍କୀ ତଥା ଆଖ ପାଖ ଅଞ୍ଚଳରେ ଅନେକ ଲୋକଙ୍କୁ ସାପ ଉପଦ୍ରବ ରୁ ମଧ୍ୟ ରକ୍ଷା କରିଛନ୍ତି  । ୨୦୧୮ ମସିହାରେ ଜଗନ୍ନାଥ ମନ୍ଦିରରେ ରନô ଭଣ୍ଡାର ଖୋଲା ଯିବା ସମୟରେ ମନ୍ଦିର ପ୍ରଶାସନ ତରଫରୁ ନିମନ୍ତ୍ରିତ ୪ ଜଣିଆ ସ୍ନେକ ହେଲ୍ପ ଲାଇନ ଟିମରେ ମଧ୍ୟ ଲଳିତ ଅଂଶଗ୍ରହଣ କରିଥିଲେ । ଆଗରୁ ଖୋର୍ଦ୍ଧା ସବ ଡିଭିଜନ ତରଫରୁ ଲଳିତ ୨୦୧୮ ମସିହାରେ ସବ ଡିଭିଜନ ସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ପୁରସ୍କାର ପାଇଥିଲେ  । 

Comments are closed, but trackbacks and pingbacks are open.