ଆଜିଠୁ ଗଡିବ ‘ଲକ୍ଷ୍ମୀ’: ମାଲଗାନଗିରିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

59

ମାଲକାନଗିରି: ରାଜ୍ୟରେ ଯାତ୍ରୀଙ୍କ ପରିବନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଯାତ୍ରୀଙ୍କ ପରିବନରେ ଯେପରି କିଛି ଅସୁବିଧା ନହୁଏ, ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ “ଲକ୍ଷ୍ମୀ ଯୋଜନା’ ବସ ସେବା ଆରମ୍ବ କରିଛନ୍ତି । ଏହି ଯୋଜନା ଆଜି ଅର୍ଥାତ ଗୁରୁବାର ଦିନ ଠାରୁ କାର୍ଯ୍ୟକାରୀ ହେବ । ଆଜି ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଏହି ଯୋଜନା ଶୁଭାରମ୍ଭ କରିବେ ।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଜିଲ୍ଲା ସଦର ଷ୍ଟାଡିୟମ ନିକଟ ଅସ୍ଥାୟୀ ହେଲିପ୍ୟଅଡରେ ପହଞ୍ଚିବେ । ସେଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ବସକୁ ଶୁଭାରମ୍ଭ କରିବେ । ଏହାବ୍ୟତୀତ ବସଯୋଗେ ଏମଭି ୩କୁ ଯାତ୍ରା କରିବାର ବି କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଆଗରୁ ମଧ୍ୟ ଅନେକ ଯୋଜନା ମାଲକାନଗିରିରୁ ଶୁଭାରମ୍ଭ କରିଥିବା ବେଳେ ଏହି ଯୋଜନାକୁ ବି ମାଲକାନଗିରିରୁ ଆରମ୍ଭ କରୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ଯୋଜନା ଦ୍ୱାରା ଅନେକ ଗାଁ ଓ ପଞ୍ଚାୟତକୁ ସିଧାସଳଖ ଉନ୍ନତମାନର ବସ ସେବା ମିଳିଯିବ ।

Comments are closed, but trackbacks and pingbacks are open.