‘ଲକ୍ଷ୍ମୀ’ ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’

96

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜେପି ସରକାର । ଆଉ ବିଜେଡି ସରକାର ଆରମ୍ଭ କରିଥିବା ‘ଲକ୍ଷ୍ମୀ’ ବସସେବାର ନାମ ବିଜେପି ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି ।  ‘ଲକ୍ଷ୍ମୀ’ ବସର ନାମ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ।‘ଲକ୍ଷ୍ମୀ’ ବସର ନାମ ବଦଳାଇ ‘ମୁଖ୍ୟମନ୍ତ୍ରୀ ବସ ସେବା’ କରାଯିବ ବୋଲି ସେ କହିଛନ୍ତି । ଏହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଏଥିସହ ଲୋକଙ୍କୁ ବସସେବା ଯୋଗାଇ ଦେବୁ ବୋଲି ସେ କହିଛନ୍ତି ।  ପ୍ରକାଶ ଯେ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଙ୍କ ଅନ୍ୟ ଏକ ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’‌। ଏହି ଯୋଜନା ଦ୍ୱାରା ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍‌ ସେବା ମିଳୁଛି । ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍‌ ସଦରରୁ ବସ୍‌ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଯାତାୟତ କରି ପାରୁଛନ୍ତି । ଅନେକ ଗ୍ରାମରେ ବସ ସେବା ନଥିବା ବେଳେ ଲୋକେ ଅନେକ ଦୂର ଚାଲି ଚାଲି କିମ୍ବା ଅନ୍ୟ ଗାଡିରେ ଅଧିକ ଭଡ଼ା ଦେଇ ଆସିବାକୁ ପଡ଼ୁଥିଲା। ସେହି ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ବ୍ଲକ ସଦରର ଦୂରତା କମିବା ସହ ସ୍ୱଳ୍ପ ଭଡ଼ାରେ ଉତ୍ତମ ସରକାରୀ ବସ୍‌ ସେବାର ସୁଯୋଗ ମିଳୁଛି । 

Comments are closed, but trackbacks and pingbacks are open.