ଚଳନ୍ତା ବସ୍‌ରେ ଲାଗିଲା ନିଆଁ

623

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିବା ଏକ ଖବର ସାମ୍ନାକୁ ଆସିଛି । ବସ୍‌ରେ ନିଆଁ ଲାଗିବା କାରଣରୁ ଯାତ୍ରୀଙ୍କ ଜୀବନ ଚାଲିଯାଇଛି ।ମିଳିଥିବା ସୂଚନା ଆଧାରରେ ଯେଉଁ ବସ୍‌ରେ ନିଆଁ ଲାଗିଛି ତାହା ଏକ ସ୍ଲିପର ବସ୍ ଥିଲା । ଏହି ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଘଟିଗଲା ଅଘଟଣ । ବସ୍‌ରେ ନିଆଁ ଲାଗିବା କାରଣରୁ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀ ଜୀବନ ବଞ୍ଚାଇବାକୁ ଯାଇ ବସ୍‌ରୁ ଡେଇଁପଡିଥିଲେ । ଆଉ ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ବସ୍‌ଟି ଦିଲ୍ଲୀରୁ ବିହାର ଯାତ୍ରା କରୁଥିଲା ।

Comments are closed, but trackbacks and pingbacks are open.