ଲଖିମପୁର ହିଂସା କାଣ୍ଡ,ଏକ ସପ୍ତାହ ମଧ୍ୟ ରେ ଦୋଷୀ ଙ୍କୁ ଗିରଫ କର: ରାକେଶ ଟିକାୟତ

34

ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗରେ ଫସିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ।
ଆଶିଷଙ୍କୁ ଗିରଫ କରିବା ପାଇଁ ଟିକାୟତ ଯୋଗୀ ସରକାରଙ୍କୁ ଗୋଟିଏ ସପ୍ତାହର ସମୟ ଦେଇଛନ୍ତି। ଏହି ସମୟରେ ଯଦି ତାଙ୍କୁ ଗିରଫ କରା ନ ଯିବ , ତା’ହେଲେ ଚାଷୀମାନେ ବଡ଼ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି।
ରବିବାର ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ଲଖିମପୁର ଖେରିରେ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଗୋଟିଏ କଳା ରଙ୍ଗର ଜିପ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଘଟଣା ପରେ ହିଂସା ସୃଷ୍ଟି ହେବାରୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ରହିଛନ୍ତି।
ପ୍ରାଣ ହରାଇଥିବା ୪ ଜଣ ଚାଷୀଙ୍କ ମଧ୍ୟରେ ଥିବା ଗୁରବିନ୍ଦର ସିଂହଙ୍କ ପରିବାର ଲୋକଙ୍କୁ ଆଜି ରାକେଶ ଟିକାୟତ ମୋହରନିଆ ଗାଁରେ ଭେଟିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଘଟଣା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ସେଠାରେ ଉପସ୍ଥିତ ରହିଥିଲେ। ଅନେକ ଲୋକ ଏହା ଦେଖିଛନ୍ତି।
ଇଣ୍ଟରନେଟ ଚାଲୁ ହେବା ମାତ୍ରେ ଲୋକମାନେ ଏ ସଂକ୍ରାନ୍ତ ଭିଡିଓ ଜାରି କରିବେ। ଜିଲ୍ଲା ପ୍ରଶାସନ କହିଛି ଯେ ସପ୍ତାହକ ମଧ୍ୟରେ ସେମାନେ ମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କରିବେ। ଯଦି ଏପରି ନ ହେଲା, ତା’ହେଲେ ଆମେ ସମସ୍ତ ୪ ଚାଷୀଙ୍କ ମୃତ୍ୟୁର ୧୩ ଦିନ ବେଳେ ଗୋଟିଏ ସ୍ଥାନରେ ଏକାଠି ହେବୁ। ଏହି ସମୟରେ ସରକାରଙ୍କ ବିରୋଧରେ କ’ଣ ପଦକ୍ଷେପ ଗ୍ରହଣ କରାଯିବ, ତା’ ଉପରେ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।
କିନ୍ତୁ ଏହି ହିଂସାକାଣ୍ଡ ଘଟଣାରେ ଆଶିଷ ମିଶ୍ର ଙ୍କ ସମ୍ପୃକ୍ତି ଥିବା ନେଇ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଇ ସେ ପାଲଟା ଅଭିଯୋଗ କରି କହିଛନ୍ତି ଯେ ,ଘଟଣା ଘଟିବା ଦିନ କାର ତାଙ୍କ ଡ୍ରାଇଭର ଚଳାଉଥିଲେ ଇ କୃଷକ ମାନେ କଳା ପତାକା ଧରି ହଠାତ ବ୍ୟାରିକେଡ଼ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ଏବଂ ଗାଡିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭର କୁ ମାଡ ମାରିଥିଲେ ଫଳରେ ଗାଡି ଟି ନିୟନ୍ତ୍ରଣ ହରାଇ ଗଡି ଯାଇଥିଲା ଇ ଏହି ଘଟଣାରେ ମନ୍ତ୍ରୀ ଙ୍କ ଡ୍ରାଇଭର ଙ୍କ ସହିତ ଅନ୍ୟ ୩ ବିଜେପି କର୍ମୀଙ୍କୁ ଲୋକ ମାନେ ପିଟିପିଟି ମାରିଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ I

Leave A Reply

Your email address will not be published.