ଲେଡି ବ୍ଲକମେଲର ଅର୍ଚ୍ଚନା ଗିରଫ ମାମଲା: ସାମ୍ନାକୁ ଆସିଲା ଚାଟିଂ ଓ ଡିଲ ବେଳର ଭିଡିଓ

21

ଭୁବନେଶ୍ୱର : ଲେଡି ବ୍ଲକମେଲର ଅର୍ଚ୍ଚନା ନାଗଙ୍କର ଗୋଟିଏ ପରେ ଗୋଟିଏ କଳା କରନାମାର ରହସ୍ୟ ଖୋଲିବାରେ ଲାଗିଛି । କିପରି ବଡ଼ ବଡ଼ିଆ ପ୍ରତିଷ୍ଠିତ ଲୋକଙ୍କୁ ଫସାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ତାର ଏକ ଏକ ଭିଡିଓ ସାମ୍ନାକୁ ଆସିବା ସହ ସୋସିଆଲ ମିଡି÷ାର ଚାର୍ଟ ଏବେ ଭାଇରାଲ ହେବାରେ ଲାଗିଛି । ରହସ୍ୟମୟୀ ମହିଳା ଜଣକ କିପରି ଭାବେ ଡିଲ୍ କରୁଥିଲେ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏକ ଆଡ଼ମ୍ବରପୂର୍ଣ୍ଣ ହୋଟେଲରେ ଚାଲିଥିଲା ଡିଲ୍ । ଆଉ ରହସ୍ୟମୟୀଙ୍କ ପାଖରେ ଜଣେ ଯୁବତୀ ଓ ଜଣେ ପୁରୁଷ ବସିଥିଲେ । ସେମାନଙ୍କ ସହ ସେ କୌଣସି ଡିଲ୍ ସମ୍ପର୍କରେ କଥା ହେଉଥିବା ଭାଇରାଲ୍ ଭିଡିଓରୁ ଜଣାପଡ଼ିଛି । କାରଣ ଅର୍ଚ୍ଚନାଙ୍କ ହନିଟ୍ରାପରେ ଫସିଥିବା ବଡ଼ବଡ଼ିଆଙ୍କ ମଧ୍ୟରେ ମାଳ ମାଳ ନେତା, ବ୍ୟବସାୟୀ, ବିଲଡର, ଫିଲ୍ମ ପ୍ରଯୋଜକ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଅଛନ୍ତି । ଯାହାର ତଥ୍ୟ ପ୍ରମାଣ ପୁଲିସ ହାତକୁ ଆସି ସାରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଯାହାକୁ ନେଇ ଅଡୁଆରେ କମିଶନରେଟ୍ ପୁଲିସ ।
ସୂଚନା ମୁତାବକ ଓଲିଉଡର ବିଶିଷ୍ଟ ଫିଲ୍ମ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ମାମଲାରୁ ଏତେବଡ଼ ଘଟଣା ସାମନାକୁ ଆସିଛି । ଗତ ସପ୍ତାହରେ ଫିଲ୍ମ ପ୍ରଯୋଜକ ଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଯେ ଜଣେ ଯୁବତୀ ବେଶ୍ ଚତୁରତାର ସହ ତାଙ୍କ ଅଜାଣତରେ ସେମାନଙ୍କ ଶାରୀରିକ ସମ୍ପର୍କ ସମୟର ଭିଡିଓ ଓ ଫଟୋ ରଖିଦେଇଥିଲେ । ଏହାପରେ ସେହି ଯୁବତୀ ତାଙ୍କୁ ଭିଡିଓ କଥା କହିଥିଲେ ଏବଂ ୫ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ଦେବାକୁ ମନା କରିବାରୁ ତଥାକଥିତ ମହିଳା ଆଇନଜୀବୀ(ଅର୍ଚ୍ଚନା ନାଗ) ତାଙ୍କୁ ଫୋନ୍ କରି ୩ କୋଟି ଟଙ୍କା ମାଗିଥିଲେ । ନ ଦେଲେ ସେହି ଯୁବତୀ ସହ ଅନ୍ତରଙ୍ଗ ସମୟର ଭିଡିଓ ଓ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ଯୁବତୀ(ପୀଡ଼ିତା) ଖଣ୍ଡଗିରି ଥାନାରେ ସେହି ମହିଳା ଆଇନଜୀବୀ ଅର୍ଚ୍ଚନା ନାଗଙ୍କ ବିରୋଧରେ ଏତଲା ଦେଇଥିଲେ । ଅର୍ଚ୍ଚନା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସମ୍ପର୍କୀୟ ଭାଇ ଖଗେଶ୍ୱର ତାଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ । ଦୀର୍ଘ ୪ ବର୍ଷ ଧରି ବଡ଼ବଡ଼ିଆଙ୍କ ପାଖରେ ତାଙ୍କୁ ଭଡ଼ାରେ ଲଗାଯାଉଥିଲା ବୋଲି ସେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପୁଲିସ ଅଚ୍ଚନାଙ୍କୁ ରାତି ଅଧିଆ ଗିରଫ କରିଥିଲା । ତେବେ ଅର୍ଚ୍ଚନାଙ୍କ ଗିରଫ ପରେ ସ୍ୱାମୀ ଫେରାର ହୋଇଯିବା ଘଟଣା ପୁଲିସର ସନ୍ଦେହକୁ ଆହୁରୀ ବଢାଇଦେଇଛି । ପୁଲିସର ଏକ ସ୍ୱତନ୍ତ୍ର ଟିମ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଧରିବା ନେଇ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଅଚ୍ଚନାଙ୍କ ସ୍ୱାମୀଙ୍କୁ ପୁଲିସ ଧରିବା ପରେ ଏହି ବ୍ଲାକମେଲରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସମର୍ଥ ହେବ । ନୀରିହ ଯୁବତୀମାନଙ୍କୁ କିଏ ଓ କିପରି ଟ୍ରାପ କରି ଖରାପ କାର୍ଯ୍ୟରେ ଲିପ୍ତ କରୁଥିଲା । ପୁଲିସ ଚବତ କରିଥିବା ପେନଡ୍ରାଇଭ ମୋବଇଲ ଓ ହାର୍ଡସିସ୍କରେ ଥିବା ଫଟୋ ଓ ଭିଡିଓକୁ ଯାଞ୍ଚ କରୁଛି । ଯାହାକି କାରବାରରେ ଲିପ୍ତ ଥିା ଯୁବତୀ ଓ ଅନ୍ୟମାନଙ୍କୁ ଧରିବା ପରେ ଅନେକ ଗୁମର ସାମ୍ନାକୁ ଆସିବ ।

Comments are closed, but trackbacks and pingbacks are open.