କୁମାର ବିଶ୍ୱାସ ଙ୍କୁ ‘ୱାଇ’ଶ୍ରେଣୀ ସୁରକ୍ଷା

16

ପୂର୍ବତନ ଆମ୍ ଆଦମୀ ପାର୍ଟିର ନେତା ତଥା ଦେଶର ଜଣାଶୁଣା କବି କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଗୋଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ ଏମଏଚ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । କୁମାର ବିଶ୍ୱାସ କିଛିଦିନ ତଳେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କିଛି ଅଭିଯୋଗ ଆଣିବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

କହିରଖୁ କି କିଛିଦିନ ତଳେ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା ଦାବି କରିଥିଲେ କି ଅରବିନ୍ଦ କେଜ୍ରିୱାଲ ତାଙ୍କୁ କହିଥିଲେ ଏମିତି ଗୋଟିଏ ଦିନ ଆସିବ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ନଚେତ ସ୍ୱତନ୍ତ୍ର ଖଲିସ୍ତାନୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବେ । ବିଶ୍ୱାସ ଏଭଳି ବୟାନ ଦେବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି କେନ୍ଦ୍ର ଗୃହମନ୍ତ୍ରଣାଳୟ ତାଙ୍କ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି ।

Comments are closed, but trackbacks and pingbacks are open.