ମଣିପୁରରେ କୁକି ଉଗ୍ରବାଦୀଙ୍କ ଆକ୍ରମଣ: ୨ ଯବାନ ସହିଦ

67

ମଣିପୁରରେ ଥମୁନି ହିଂସା । କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ । ଶନିବାର ଦିନ ସକାଳେ ମଣିପୁରର ନାରସେନା ଅଞ୍ଚଳରେ ଏକ ଆକ୍ରମଣରେ କୁକି ଉଗ୍ରବାଦୀ ମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରେ ଆକ୍ରମଣ କରିଥିଲେ।

ଏହି ଘଟଣାରେ ୨ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଗତକାଲି ରାତି ୨.୧୫ରେ କୁକି ଉଗ୍ରବାଦୀ ମାନେ ମଣିପୁରର ନାରସେନା ଅଞ୍ଚଳରେ CRPF ଯବାନଙ୍କ ଏକ ବାଟାଲିୟନ ଉପରେ ଆକ୍ରମଣ କରିଥିଲେ।

ଡ୍ୟୁଟିରେ ଥିବା ବେଳେ କୁକି ଉଗ୍ରବାଦୀମାନେ ଆକ୍ରମଣ କରିଥିବା ନେଇ ସୂଚନା । ଏହା ପୂର୍ବରୁ ଯେ ଉଗ୍ରବାଦୀ ମାନେ ଇମଫାଲ ପୂର୍ବର ମଣିପୁର, କାଙ୍ଗପୋକପି, ଉକ୍ରୁଲ ଏବଂ ଟ୍ରାଇଜେକ୍ସନ୍ ଜିଲ୍ଲାର ତିନୋଟି ଜିଲ୍ଲାରେ ପରସ୍ପର ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଅନେକ କୁକି ସମ୍ପ୍ରଦାୟର ଲୋକମାନେ ନିହତ ହୋଇଥିବା ଖବର ରହିଛି ।

Comments are closed, but trackbacks and pingbacks are open.