କୁବେର ପ୍ରତାପ ସାମଲ ଙ୍କୁ ବାଧ୍ୟତାମୂଳକ ଅବସର

33

ରାଜ୍ୟ ସରକାର ରାଜ୍ୟ କୁ ଏକ ସ୍ୱଚ୍ଛ ନିର୍ମଳ ଶାସନ ଦେବା ଉପଲକ୍ଷେ ,ସରକାରୀ ସ୍ତରରେ ଥିବା ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଓଡିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ଇ ପ୍ରତାପ ଏବେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ରାଜ୍ୟ ପୁଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର ଥିଲେ ପ୍ରତାପ ।
ନିକଟରେ ତାଙ୍କ ବାସଭବନ ଉପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରଯାଇ ବ୍ୟାପକ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଥିଲା । ଯାହାକି ତାଙ୍କ ଆୟ ର ୧୪ ଗୁଣ ଅଧିକ ଥିଲା ଇ ବ୍ୟାପକ ପରିମାଣ ରେ ନାଗଡ଼ ଟଙ୍କା ,ଗହଣାଗାଣ୍ଠି ସାଙ୍ଗକୁ ରାଜ ମହଲ ସଦୃଶ ଏକାଧିକ ବିଲଡିଂ ଏବୋ ୧୪ ଟି ଜମି ପ୍ଲଟ ଅନ୍ତର୍ଭୁକ୍ତ ଥିଲା I ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ସମପରିମାଣରେ ଦୋଷୀ ହୋଇଛନ୍ତି I ଭିଜିଲାନ୍ସ ରେଡ ବେଳେ ତାଙ୍କ ପାଖରୁ ୧୫ କୋଟିରୁ ଅଧିକ ଟଂକାର ସମ୍ପତି ଜବତ ହୋଇଛି । ପୂର୍ବରୁ ପ୍ରତାପ ଚାକିରି କାଳ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ମଧ୍ୟ ନିଲମ୍ବିତ ହୋଇଥିଲେ । ଏହାକୁ ମିଶାଇ ବର୍ତ୍ତମନ ସୁଦ୍ଧା ୧୩୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରାଗଲାଣି ।

Leave A Reply

Your email address will not be published.