କୁବେର ଅତର ବ୍ୟବସାୟୀ : ଟଙ୍କା ଗଣି ଗଣି ମେସିନ ହାଲିଆ,୩୬ ଘଣ୍ଟା ପରେବି ଭଣ୍ଡାର ଭର୍ତି

0 237

ଗତ କାଲି ଠାରୁ ଟଙ୍କା ଗଣା ଚାଲିଛି I ଲୁଗା ଥାକ ଭଳି ଘର ମାନଙ୍କରେ ଥାକ ଥାକ ହେଇ ଭର୍ତ୍ତି ହୋଇଛି ଆଖି ତରାଟିଲା ଭଳି ବିଡ଼ା ବିଡ଼ା ଟଙ୍କା Iକୋଟିଏ ନୁହେଁ କି ଦୁଇ କୋଟି ନୁହେଁ। ବାହାରିଲା ଏକାଥରକେ ୧୭୫ କୋଟି ଟଙ୍କା ଆହୁରି ଗଣତି ଚାଲିଛି । ଯାହାକୁ ଗଣିବା ପାଇଁ ନୟାନ୍ତ ହୋଇଥିଲେ ଯାଞ୍ଚ ଅଧିକାରୀ। ଟଙ୍କା ଗଣା ମେସିନ ବି ଥକି ଗଲାଣି I ସୂଚନା ଅନୁସାରେ କାନପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ବିପୁଳ ପରିମାଣରେ ଟଙ୍କା ଜବତ ହୋଇଛି। ଯାହକୁ ଗଣିବାକୁ ୫ଟି ମେସିନକୁ ନିୟୋଜିତ କରାଯାଇ ଥିବା ବେଳେ ୩୬ ଘଣ୍ଟା ଲାଗିଥିଲା। ଆୟକର ବିଭାଗର ଏବଂ ଜିଏସ୍‌ଟି ଇଣ୍ଟେଲିଜେନ୍ସ (ଡିଜିଜିଏ)ର ମିଳିତ ଟିମ୍ ଦ୍ୱାରା ଏହି ରେଡ୍‌ କରାଯାଇଥିଲା। ଗୁରୁବାର ପିୟୁସ୍‌ ଜୈନ ନାମକ ସମ୍ପୃକ୍ତ ବ୍ୟବସାୟୀଙ୍କ ଘରେ ଏହି ରେଡ୍ କରାଯାଇଲା। ବ୍ୟବସାୟୀ ଜନକ ଟିକସ ଫାଙ୍କିବାକୁ ଯାଇ ଏହି ଟଙ୍କା ସବୁ ନିଜ ଘରେ ରଖିଥିଲେ ଇ ତ୍ରିମୂର୍ତ୍ତି ସୁବାସ ପ୍ରାଇଭେଟ ଲିମିଟେଡ୍ ଶିଖର ବ୍ରାଣ୍ଡର ପାନ୍ ମସାଲା ଏବଂ ତମାଖୁ ଉତ୍ପାଦନ କରୁଥିଲା ବେଳେ ଗଣପତି ରୋଡ୍ କ୍ୟାରିଅର୍ ଏହାକୁ ପରିବହନରେ ନିୟୋଜିତ ଥିଲା। ଅଧିକାରୀଙ୍କ ଅନୁଯାୟୀ, ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ପରିବହନକାରୀ ସଂସ୍ଥା ଭୂତ ସଂସ୍ଥା ନାମରେ ଏକାଧିକ ନକଲି ଇନଭଏସ୍ କରି ମାଲ ପରିବହନ କରୁଥିଲା।

Leave A Reply

Your email address will not be published.