କୋଟିଆ ସୀମା ବିବାଦ : ଆନ୍ଧ୍ର କୁ ଝଟକା

18

କୋରାପୁଟ ଜିଲ୍ଲାର କୋଟିଆ ଆନ୍ଧ୍ର ସୀମା ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ଦ୍ୱାରା ଦାଏର ଅଦାଲତ ଅବମାନନା ମାମଲାକୁ ଖାରଜ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅନୁରୋଧକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। କୋଟିଆ ଗ୍ରାମପୁଞ୍ଜକୁ ନେଇ ଉଭୟ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାରଙ୍କୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟ ପ୍ରାୟ ୫୦ବର୍ଷରୁ ଅଧିକ ସମୟ ଧରି ଦେଇଥିବା ନିର୍ଦ୍ଦେଶକୁ ଆନ୍ଧ୍ରପ୍ରଦେଶ ସରକାର ଉଲ୍ଲଘଂନ କରିଥିବା ଦର୍ଶାଇ ଓଡ଼ିଶା ସରକାର ଗତ ଫେବୃୟାରୀ ୧୦ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୁପ୍ରିମକୋର୍ଟରେ ଆଜି ଜଷ୍ଟିସ ଏଏମ୍ ଖାନୱିଲକର ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଡ଼ିଶା ସରକାରଙ୍କ ଓକିଲ ନିରଞ୍ଜନ ସାହୁ କହିଛନ୍ତି ଯେ, ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି କି ଓଡ଼ିଶା ସରକାରଙ୍କ ଦ୍ୱାରା ଦାଏର ଅଦାଲତ ଅବମାନନା ଅଭିଯୋଗ ସୁପ୍ରିମକୋର୍ଟଙ୍କ ବିଚାର ପାଇଁ ରହିଛି। ଯଦି ଦୁଇ ରାଜ୍ୟ ମଧ୍ୟରେ ଆପୋଷ ସମାଧାନ ହୋଇନପାରିବ ତା’ହେଲେ ଆନ୍ଧ୍ରପ୍ରଦେଶ ସରକାର ଅଦାଲତ ଅବମାନନା କରିଛନ୍ତି କି ନାହିଁ ତାକୁ କୋର୍ଟ ବିଚାର କରିବେ। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ମାସ ପ୍ରଥମ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି
ସୂଚନା ଅନୁସାରେ, ଏହି ମାମଲାର ଶୁଣାଣି ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିଲା । ଓଡ଼ିଶା ସରକାର ତାଙ୍କ ଅତିରିକ୍ତ ଦସ୍ତାବିଜରେ ସୁପ୍ରିମକୋର୍ଟଙ୍କୁ ଦୁଇ ରାଜ୍ୟ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ବସିଥିଲା ଓ ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଦୁଇ ରାଜ୍ୟ ଏହି ମାମଲାର ରାଜନୀତିକସ୍ତରରେ ସମାଧାନ ପାଇଁ ପ୍ରୟାସ କରୁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.