କୋଟାକ ମହିନ୍ଦ୍ରା ବ୍ୟାଙ୍କ : ସିଇଓ ପଦରୁ ଇସ୍ତଫା ଦେଲେ ଉଦୟ କୋଟାକ

997

ନୂଆଦିଲ୍ଲୀ:ପ୍ରତିଷ୍ଠିତ ବ୍ୟାଙ୍କର ଉଦୟ କୋଟାକ ଘରୋଇ ସେକ୍ଟରର କୋଟାକ ମହିନ୍ଦ୍ରା ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କ କହିଛି ଉଦୟ କୋଟାକ ୩୧ ଡିସେମ୍ବର ୨୦୨୩ରେ ଅବସର ନେବାର ଥିଲା । ଏହାର ୪ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ (ଜଏଣ୍ଟ ଏମଡି) ଦୀପକ ଗୁପ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ଉଦୟଙ୍କ ଦାୟିତ୍ୱ ସମ୍ଭାଳିବେ । ୧ ଜାନୁୟାରୀ ୨୦୨୪ରେ ନୂଆ ଏମଡି ଓ ସିଇଓଙ୍କ ମଞ୍ଜୁରୀ ଲାଗି ବ୍ୟାଙ୍କ ଆରବିଆଇ ପାଖରେ ଆବେଦନ କରିଛି ।

ଦେଶର ସବୁଠାରୁ ଧନୀ ବ୍ୟାଙ୍କର ଉଦୟ କୋଟାକ ବ୍ୟାଙ୍କ ବୋର୍ଡକୁ ଏକ ପତ୍ରରେ ଲେଖିଛନ୍ତି ଏବେ ବି କିଛି ମାସ ବାକି ଅଛି କିନ୍ତୁ ମୁଁ ଇମର୍ଜେନ୍ସି କାରଣରୁ ଏବେ ଇସ୍ତଫା ଦେଉଛି । ମୁଁ ବହୁତ ଭାବିଚିନ୍ତି ଏପରି ପଦକ୍ଷେପ ନେଇଛିି । ଏହା କୋଟାକ ମହିନ୍ଦ୍ରା ବ୍ୟାଙ୍କ ଲାଗି ଠିକ୍ ପଦକ୍ଷେପ ।

ତେବେ କୋଟାକା ମହିନ୍ଦ୍ରାର ନୂଆ ଏମଡି ତଥା ସିଇଓ ରେସ୍‌ରେ କର୍ପୋରଟ୍ ଓ ନିବେଶ ବ୍ୟାଙ୍କିଂର ନିର୍ଦ୍ଦେଶକ ଓ ମୁଖ୍ୟ କେବିିଏସ୍ ମନିୟମ ଓ ଶାନ୍ତି ଏକାମ୍ବରମ ରହିଛନ୍ତି । ଶାନ୍ତି ଏକାମ୍ବରମ ବର୍ତ୍ତମାନ କୋଟାକ ୮୧୧, ଏଚଆର ଓ ଟ୍ରେଜେରୀ ଡିପାର୍ଟମେଣ୍ଟରେ ଅଛନ୍ତି ।ଏଠାରେ ସୂଚାଇ ଦିଆଯାଇପାରେ ଯେ, ଉଦୟ କୋଟାକ ୧୯୮୫ରେ କୋଟାକ ମହିନ୍ଦ୍ରା ନନ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ଭାବରେ ଏହାକୁ ଆରମ୍ଭ କରିଥିଲେ । ୨୦୦୩ରୁ ଏକ ସଂପୂର୍ଣ୍ଣ କମର୍ସିଆଲ ବ୍ୟାଙ୍କ ଭାବରେ ଲାଇସେନ୍ସ ମିଳିବା ପରେ ଉଦୟ କୋଟାକ୍ ଏହାର ନେତୃତ୍ୱ ନେଇ ଆସୁଥିଲେ । ଉଦୟ କୋଟାକଙ୍କ ପାଖରେ ବ୍ୟାଙ୍କର ୨୬ ପ୍ରତିଶତ ଅଂଶଧନ ରହିଛି ।

Comments are closed, but trackbacks and pingbacks are open.