କୋରେଇ ରେଳ ଦୁର୍ଘଟଣା ,୮ ଟି ଟ୍ରେନ ବାତିଲ ,୧୨ ଟିରେ ଗତି ପରିବର୍ତନ

28

ଭୁବନେଶ୍ୱର : ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇରେ ଘଟି ଯାଇଛି ମର୍ମନ୍ତୁଦ ମାଲବାହୀ ରେଳ ଦୁର୍ଘଟଣା I ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଲାଇନଚ୍ୟୁତ ହୋଇଥିବା ୫୮ ଓ୍ଵାଗନ ବିଶିଷ୍ଟ ମାଲଗାଡ଼ି ଟିର ୮ଟି ବଗି ରେଳ ଲାଇନ୍ଚ୍ୟୁତ ହୋଇଥିଲା । ଏହା ସହିତ ଟ୍ରେନର ୧୨ଟି ବଗି ଟ୍ରାକରୁ ବାହାରି ଯିବା ସହିତ କିଛି ବଗି ଷ୍ଟେସନ ଭିତରେ ପଶି ଯାଇଛି। ଫଳରେ ସେହୁ ରୁଟ ରେ ଯାତାୟାତ କରିବାକୁ ଥିବା ୮ଟି ଟ୍ରେନକୁ ବାତିଲ କରାଯାଇଛି । ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍ ପୂରା ବାତିଲ ହୋଇଥିବା ବେଳେ ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏଣେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଓ ପୁରୀ –ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ। ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି । ଅନ୍ୟପକ୍ଷରେ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।
ଏ ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି।

ସେହିପରି ଆଂଶିକ ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ। ଏହା ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡା ମଧ୍ୟରେ ବାତିଲ ରହିବ I ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡ଼ା ମଧ୍ୟରେ ବାତିଲ ରହିବ Iବାଲେଶ୍ବର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ କେନ୍ଦୁଆପଦା ପର୍ଯ୍ୟନ୍ତ ଚାଲିବ ଏବଂ କେନ୍ଦୁଆପଦାରୁ ଭୁବନେଶ୍ୱର ମଧ୍ୟରେ ବାତିଲ ରହିବ। ଠିକ୍ ସେହିପରି ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭଦ୍ରକ ପର୍ଯ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇ ରହିବ| ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ ଭଦ୍ରକ ପର୍ଯ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହେବ I

Comments are closed, but trackbacks and pingbacks are open.