ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି

109

ଖୁବଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି । ଆଜି ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏ ଏସ ଆଇ ମହାନିର୍ଦେଶକ ଯଦୁବୀର ସିଂ ରାୱତ । ତାଙ୍କ ସହ ଥିଲେ ପୁରୀ ସର୍କଲ ଅଧିକାରୀ ସହ ୧୫ ଜଣିଆ ବିଶେଷଜ୍ଞ ଟିମ । ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ସ୍ଥିତି ନେଇ ଅନୁଧ୍ୟାନ କରିଛି ଏହି ଟିମ୍ ।୨ବର୍ଷ ହେଲା ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉତ୍ତର ପଶ୍ଚିମ କୋଣ ଓ ମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ ମେକାନିକକାଲ ୱାରକିଙ୍ଗୀ ପ୍ଲାଟଫର୍ମ, ଆଇରନ ଷ୍ଟଚର କାର୍ଯ୍ୟ ସୁରକ୍ଷିତ ଯାତାୟତ ପାଇଁ ଆଇରନ ସିଡ଼ି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । କିନ୍ତୁ ବାଲି କାଢ଼ିବା ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢ଼ିରେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ପାଇଁ ୪ରୁ ୫ଫୁଟର ଏକ ଗର୍ତ୍ତ ଖୋଳାଯିବ ।ଯେଉଁ ବାଟରେ ଗର୍ଭ ଗୃହରୁ ବାଲି ସୁରକ୍ଷିତ ଭାବେ କଢ଼ାଯିବ ଏଥିପାଇଁ ୩ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ମଧ୍ୟରେ ୨ବର୍ଷ ଉର୍ଦ୍ଧ ବିତିଯାଇଛି । ଏବେ ଏଏସଆଇ ଡିଜି ଯଦୁବୀର ସିଂ ରାୱତ ସୂର୍ଯ୍ୟ ମନ୍ଦିର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Comments are closed, but trackbacks and pingbacks are open.