ଭୁବନେଶ୍ୱରରେ ଇଡି ଅଫିସରଙ୍କୁ ଜେରା କରିବା ପାଇଁ ପହଁଚିଲା କୋଲକତା ପୋଲିସ

32

ଭୁବନେଶ୍ୱର ଇଡି ଅଧିକାରୀଙ୍କୁ ଜେରା କରିବIକୁ ପହଁଚିଲା କୋଲକାତା ପୋଲିସ । କୋଲକାତା ପୋଲିସର ଦୁଇ ଜଣିଆ ଟିମ ଭୁବନେଶ୍ୱର ଇଡିର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ଜେରା କରିବାକୁ ପହଂଚିଛନ୍ତି । ଝାଡଖଣ୍ଡର ଏକ ସପିଂ ମଲରୁ ଟଙ୍କା ଠକେଇ ଅଭିଯୋଗରେ ଇଡି ଅଧିକାରୀଙ୍କ ଲିଙ୍କ ରହିଛି । ଏହି ଘଟଣାରେ ଝାଡଖଣ୍ଡର ଆଇନଜୀବୀ ରାଜୀବ କୁମାରଙ୍କୁ ଗିରଫ କରିଛି କଲିକତା ପୋଲିସ ।କୋଲକତା ପୋଲିସ ର ଜଣେ ଏସିପି ଅଫିସର ଓ ଆଉ ଜଣେ ଏସଆଇ ଜେରା କରିବେ ସୁବୋଧ କୁମାରଙ୍କୁ ।

ପୂର୍ବରୁ ସୁବୋଧ କୁମାର ଝାଡ଼ଖଣ୍ଡର ରାଞ୍ଚିରେ ଇଡିର ଡେପୁଟି ଡାଇରେକ୍ଟର ଥିଲେ । ସେହି ସମୟରେ ଝାଡ଼ଖଣ୍ଡର ଜଣେ ଓକିଲ ରାଜୀବ କୁମାର କୋଲକାତାର ଜଣେ ବ୍ୟବସାୟୀ ମୋଟା ଅଙ୍କର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ରାଜୀବ ସେହି ବ୍ୟବସାୟୀଙ୍କ ନାରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ହଟାଇବା ପାଇଁ ୧୦ କୋଟି ଦାବି କରିଥିଲେ ବୋଲି ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଗତ ସପ୍ତାହରେ କୋଲକାତା ପୋଲିସ ରାଜୀବକୁ ଏକ ମଲରୁ ୬୦ଲକ୍ଷ ଟଙ୍କା ସହ ଗିରଫ କରିଥିଲା । ଗିରଫଦାରି ପରେ ସେହି ଟଙ୍କା ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିଲା । ରାଜୀବଙ୍କ ସହ ସୁବୋଧଙ୍କ ସମ୍ପର୍କ, କଲରେକର୍ଡ଼ ଓ ଡାଏରିର ତଥ୍ୟକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଏନେଇ ଭୁବନେଶ୍ୱରରେ ପହଞ୍ଚିଛି କୋଲକତା ପୋଲିସ ।

Comments are closed, but trackbacks and pingbacks are open.