ହୋଟେଲରେ ନିଆଁ ଲାଗି ଜଳିଗଲେ ୪ ଓଡ଼ିଆ…

1,042

ଗତକାଲି ସନ୍ଧ୍ୟାରେ କୋଲକାତାର ବଡ଼ ବଜାର ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି | ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ ମଛୁଆ ଫାଲ ପଟ୍ଟିର ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି | ଗତକାଲି ପ୍ରାୟ ରାତି ୮.୧୫ ସମୟରେ ନିଆଁ ଲାଗିବା ମାତ୍ରେ ରେଷ୍ଟୁରାଣ୍ଟ ଭିତରେ ହଇଚଇ ସୃଷ୍ଟି ହୋଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା କିନ୍ତୁ ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଅଗ୍ନିଶମ ବାହିନୀ ଟିମକୁ ଘଟଣାସ୍ଥଳରେ ପହଞ୍ଚିବାକୁ କଠିନ ପରିଶ୍ରମ କରିବାକୁ ପଡିଥିଲା। ଦୁର୍ଘଟଣା ସମୟରେ ଧୂଆଁ ଯୋଗୁଁ ଅନେକ ଲୋକ ଭିତରେ ଫସି ରହିଥିଲେ ଏବଂ କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ଉପର ମହଲା ଆଡ଼କୁ ଦୌଡ଼ିଥିଲେ | ଦୁର୍ଘଟଣାରେ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେଥିରେ ୪ ଜଣ ଓଡ଼ିଆ ଥିଲେ | ମୃତକଙ୍କ ମଧ୍ୟରେ ଅଛନ୍ତି ଜଗତସିଂହପୁର ଜିଲ୍ଲାର ମନୋଜ ପାତ୍ର, ଦୁଷ୍ମନ୍ତ କୁମାର ନାୟକ ଏବଂ ଦୁଷ୍ମନ୍ତ କୁମାର ସ୍ୱାଇଁ । ଏମାନେ ଭୁବନେଶ୍ୱରରେ ଏକ ଘରୋଇ ଫାଇନାନ୍ସ କଂପାନୀରେ କାମ କରୁଥିବାବେଳେ, କୋଲକତା କଂପାନୀ କାମରେ ଯାଇଥିଲେ। ସେହିଭଳି କଟକ ସିଡିଏ ଅଂଚଳର ଜଣେ ବ୍ୟବସାୟୀ ରାଜେଶ ସାନ୍ତୁକାଙ୍କର ବି ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବାବେଳେ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି |

Comments are closed, but trackbacks and pingbacks are open.