କୋଲାବ ଜଳ ଭଣ୍ଡାର ଡଙ୍ଗା ବୁଡ଼ି ୪ ନିଖୋଜ, ୪ ଉଦ୍ଧାର

37

କୋରାପୁଟ: କୋରପୁଟ ଜିଲ୍ଲା କୋଲାବ ଜଳ ଭଣ୍ଡାର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ୪ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ ସେମିଲିଗୁଡା ବ୍ଲକ ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ ଡ଼ଙ୍ଗାବୁଡି ଯାଇଥିଲା। ଡଙ୍ଗାରେ ୮ ଜଣ ରହିଥିଲେ। ତେବେ ୪ ଜଣ ଆରପାରିକୁ ପହଁରି ଜୀବନ ବଞ୍ଚାଇଥିବା ବେଳେ ଆଉ ୪ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ମୋଟ ୪ ଜଣ ଥିବା ସୂଚନା ମିଳିଛି । ନିଖୋଜ ବ୍ୟକ୍ତିମାନେ ହେଲେ ସାବିତ୍ରୀ କିରସାନି (୧୮), ରାମା କିରସାନି (୧୮), ବବିତା ହେନ୍ତାଳ ଓ ଜଣେ ଶିଶୁ। ଏବେ ସେମାନଙ୍କର ମୃତ୍ୟ ଖବର ଆସିଛି। ଏମାନେ ସମସ୍ତେ ମୁଖିବିଦେଇ ଗାଁର ବୋଲି ଜଣାପଡ଼ିଛି।

ଗୋଟିଏ ଛୋଟ ଦେଶୀ ଦଙ୍ଗାରେ ୮ ଜଣ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା I ସୂଚନା ପାଇ ଅଗ୍ନିଶମ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ଆଠ ଜଣଙ୍କ ମଧ୍ୟରୁ କେବଳ ଚାରିଜଣଙ୍କୁ ଉଦ୍ଧାର କରାଯାଇ ପାରିଥିଲା।

Comments are closed, but trackbacks and pingbacks are open.