ବିରାଟ କୋହଲି ରଚିଲେ ଇତିହାସ

696

ଷ୍ଟାର କ୍ରିକେଟର ବିରାଟ କୋହଲି ନିଜର ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍କୁ ଅତ୍ୟନ୍ତ ସ୍ୱତନ୍ତ୍ର କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷରେ କୋହଲି ୮୭ ରନ୍ କରି ଅପରାଜିତ ରହିଛନ୍ତି । ଏହି ଇନିଂସ ସହିତ ସେ ବର୍ତ୍ତମାନ ସେହି ଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକାରେ ଯୋଗ ଦେଇଛନ୍ତି, ଯେଉଁମାନେ ବିଶ୍ୱ କ୍ରିକେଟରେ ଅଧିକାଂଶ ଅନ୍ତର୍ଜାତୀୟ ରନ୍ ସ୍କୋର କରିଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜ୍ୟାକ କଲିସ୍ କୋହଲିଙ୍କ ପୂର୍ବରୁ ପଞ୍ଚମ ସ୍ଥାନରେ ରହିଥିଲେ ।

ଭାରତ ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟରେ ଟସ୍ ଜିତିବା ପରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭଲ ଆରମ୍ଭ କରିବା ପରେ ଟିମ୍ ଇଣ୍ଡିଆ ୧୫୫ ସ୍କୋରରେ ୩ ୱିକେଟ୍ ହରାଇ ଦେଇଥିଲା । ଏଠାରୁ କୋହଲି ଗୋଟିଏ ପଟରୁ ଇନିଂସ ପରିଚାଳନା କରିଥିଲେ ଓ ରନ୍ର ଗତି ଦ୍ରୁତ ଗତିରେ ରଖିବାରେ କାମ କରିଥିଲେ । ଏଥିରେ ସେ ରବିନ୍ଦ୍ର ଜାଡେଜାଙ୍କ ସମର୍ଥନ ପାଇଥିଲେ ଓ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଉଭୟଙ୍କ ମଧ୍ୟରେ ୧୦୬ ରନର ଭାଗିଦାରୀ ହୋଇଥିଲା । ପ୍ରଥମ ଦିନରେ ଭାରତର ୪ ୱିକେଟ୍ ହରାଇ ୨୮୮ ରନ୍ କରିଛି ।

ଯେତେବେଳେ ବିରାଟ କୋହଲି ଦିନର ଶେଷ ଶେସନରେ ନିଜ ଇନିଂସର ୭୪ ତମ ରନ୍ ପୂରଣ କରିଥିଲେ, ସେତେବେଳେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଶ୍ରେଷ୍ଠ-୫ ଖେଳାଳିଙ୍କ ସହ ଯୋଗ ଦେଇଥିଲେ । ଯେଉଁଠାରେ ସଚିନ ତେନ୍ଦୁଲକର ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି । କୋହଲି ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । କୋହଲି ବର୍ତ୍ତମାନ ତାଙ୍କ ନାମରେ ୨୫୫୪୮ ରନ୍ କରିଛନ୍ତି । ତାଙ୍କ ଆଗରେ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ରିକି ପଣ୍ଟିଂ ଓ ମହେଲା ଜୟବର୍ଦ୍ଧନ ଅଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ତମ ମ୍ୟାଚ୍ ଖେଳିଥିବା ବିରାଟ କୋହଲି ଅର୍ଦ୍ଧଶତକ ପୂରଣ କରିବା ପରେ ପ୍ରଥମ ଦିନର ଖେଳରେ ଆଉ ଏକ ବିଶେଷ ସଫଳତା ହାସଲ କରିଥିଲେ । କୋହଲିଙ୍କ ଛଡା ୫୦୦ ତମ ମ୍ୟାଚ୍ ଖେଳିଥିବା କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିନାହାଁନ୍ତି । ଏଥି ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ କୋହଲି ମଧ୍ୟ ୨୦୦୦ ରନ୍ ପୂରଣ କରିବାରେ ଭାରତର ଦ୍ୱିତୀୟ ଖେଳାଳି ହୋଇପାରିଛନ୍ତି ।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୪ ୱିକେଟ୍ ହରାଇ ୨୮୮ ରନ୍ ସଂଗ୍ରହ କରିଛି । ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରୁଥିବାବେଳେ ବିରାଟ କୋହଲି ଅପରାଜିତ ୮୭ ରନ୍ କରିଛନ୍ତି । ରବିନ୍ଦ୍ର ଜାଡେଜା ୩୬ ରନ୍ କରି ଅପରାଜିତ ଅଛନ୍ତି । ଅଧିନାୟକ ଇନିଂସ ଖେଳି ରୋହିତ ଶର୍ମା ୮୦ ରନ୍ କରି ଆଉଟ ହୋଇଥିଲେ । 

Comments are closed, but trackbacks and pingbacks are open.