ସ୍ନାତକ ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା

56

ଭୁବନେଶ୍ୱର: ୨୦୨୬-୨୭ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୋହନ ମାଝୀ। ଏହି ବଜେଟରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ଏକ ଆଧୁନିକ ଓ ସାଂସ୍କୃତିକ ହବ୍ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରିଛନ୍ତି। ଆର୍ଥିକ ଦୁର୍ବଳ ଝିଅଙ୍କୁ ବିଏ ତଥା ସ୍ନାତକ ପାଇଁ ଏହି ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ। ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ସେହିପରି ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ଘୋଷଣା କରାଯାଇଛି। ଏହାଦ୍ୱାରା ୧ କୋଟିରୁ ଅଧିକ ମହିଳା ଏହାଦ୍ୱାରା ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Comments are closed, but trackbacks and pingbacks are open.