କେକେଆର ବନାମ ଏଲଏସଜି: କୋଲକାତା ବିପକ୍ଷରେ ଟସ୍ ଜିତି ଲକ୍ଷ୍ନୌ ର ପ୍ରଥମେ ବ୍ୟାଟିଂ ନିଷ୍ପତି

21

ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଆଜି ଲିଗ୍‌ ଷ୍ଟେଜରେ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି। ଡିୱାଇ ପାଟିଲରେ ମଧ୍ୟ ଚଳିତ ସିଜିନରେ ଏହା ଶେଷ ମ୍ୟାଚ। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। କୃଣାଲ ପାଣ୍ଡ୍ୟା, ଦୁଷ୍ମନ୍ତା ଚମିରା ଏବଂ ଆୟୁଷ ବଦୋନୀଙ୍କ ସ୍ଥାନରେ ମନନ ଭୋରା, ଏଭିନ ଲୁଇସ୍ ଏବଂ କୃଷ୍ଣାପ ଗୌତମଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। କୋଲକାତା ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଅଭିଜିତ ତୋମାରଙ୍କୁ ସୁଯୋଗ ଦେଇଛି।

୧୨ ପଏଣ୍ଟ ହାସଲ କରିଥିବା ନାଇଟ୍‌ ରାଇଡର୍ସ ବଡ ବ୍ୟବଧାନରେ ବିଜୟ ହାସଲ କରି ପଏଣ୍ଟ ସଂଖ୍ୟା ୧୪ କୁ ବୃଦ୍ଧି କରିବ । ଏଥି ସହ ଅନ୍ୟ ଦଳ ଗୁଡ଼ିକର ପ୍ରଦର୍ଶନକୁ ମଧ୍ୟ ଅପେକ୍ଷା କରିବ । ନାଇଟ୍‌ ରାଇଡର୍ସର ରନ୍‌ ରେଟ୍‌ ୦.୧୬୦ ରହିଛି । ପଏଣ୍ଟ ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ୧୪ ପଏଣ୍ଟ ଲେଖାଏଁ ହାସଲ କରିସାରିଛନ୍ତି । କ୍ୟାପିଟାଲ୍ସ ଶେଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଶେଷ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବେ ।

ଉଭୟଙ୍କ ମଧ୍ୟରେ ବିଜୟୀ ଦଳ ପ୍ଲେ- ଅଫ୍‌ରେ ପ୍ରବେଶ କରିପାରିବ । ଫଳରେ ୧୪ପଏଣ୍ଟ ହାସଲ କରୁଥିବା ଦଳ ମଧ୍ୟ ବାଦ ପଡ଼ିଯିବେ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସ ୭୫ ରନ୍‌ରେ ବିଶାଳ ବିଜୟ ହାସଲ କରିଥିଲା । ନାଇଟ୍‌ ରାଇଡର୍ସ ଶେଷ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।

ଫଳରେ ବିଜୟ ଧାରା ଜାରି ରଖିବାକୁ ଦଳ ପ୍ରୟାସ କରିବ । ଅଜିଙ୍କ୍ୟା ରାହାଣେଙ୍କ ଆହତ ସମସ୍ୟା ଦଳକୁ ପ୍ରବାଭିତ କରିପାରେ । କାରଣ ପୂର୍ବରୁ ପ୍ୟାଟ୍‌ କମିନ୍ସ ମଧ୍ୟ ଆହତ ହୋଇ ବାଦ ପଡ଼ିସାରିଛନ୍ତି । ସୁପର ଜିଆଣ୍ଟ୍ସ ଦଳ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ ହେଁ ଏପର୍ଯ୍ୟନ୍ତ ବ୍ୟାଟିଂ ବିଭାଗ ତ୍ରୁଟି ଦୂର କରିପାରି ନାହିଁ । ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । ପ୍ଲେ-ଅଫ ପୂର୍ବରୁ ସବୁ ତ୍ରୁଟି ସୁଧାରିବା ମୁଖ୍ୟ ଲକ୍ଷ୍ୟ ହେବ ।

କୋଲକାତା ନାଇଟ୍ ରାଇଡର୍ସ- ଭେଙ୍କଟେଶ ଆୟର୍, ଅଭିଜିତ୍ ତୋମାର, ଶ୍ରେୟସ୍ ଆୟର (ଅଧିନାୟକ), ନୀତୀଶ ରାଣା, ସାମ୍ ବିଲିଙ୍ଗସ୍ (ଓ୍ଵିକେଟ୍ କିପର), ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଉମେଶ ଯାଦବ, ଟିମ ସାଉଦି, ବରୁଣ ଚକ୍ରବର୍ତ୍ତୀ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ- କ୍ୱିଣ୍ଟନ୍ ଡି କକ୍ (ଓ୍ଵିକେଟ୍ କିପର), କେ.ଏଲ୍ ରାହୁଲ (ଅଧିନାୟକ), ଏଭିନ୍ ଲୁଇସ୍, ଦୀପକ ହୁଡ୍ଡା, ମନନ୍ ଭୋରା, ମାର୍କସ୍ ଷ୍ଟୋଇନିସ୍, ଜାସନ୍ ହୋଲଡର, କୃଷ୍ଣପ୍ପା ଗୋଥାମ, ମୋହସିନ୍ ଖାନ୍, ଅଭେଶ ଖାନ୍, ରବି ବିଷ୍ଣୋଇ।

Comments are closed, but trackbacks and pingbacks are open.