କିସ୍‍ ଛାତ୍ରଛାତ୍ରୀ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ

65

ଭୁବନେଶ୍ୱର, ୧୭ ।୯: ବିଶ୍ୱର ସର୍ବବୃହତ ଜନଜାତି ବିଦ୍ୟାଳୟ କିସ୍‍ ପରିସରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ  ଜନ୍ମଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ କିସ୍‌ର ୪୦ ହଜାର ଛାତ୍ରଛାତ୍ରୀ ଏକାଠି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ। ପିଲାମାନେ ମୋଦୀଙ୍କ ମୁଖା ପିନ୍ଧି ଜନ୍ମଦିନ ସଙ୍ଗୀତର ତାଳେତାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଓ କିସ୍ ତଥା କିମ୍‍ସ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରୀ ମୋଦୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହା ସହ ଶ୍ରୀ ସାମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ମୋଦୀଙ୍କ ଜନ୍ମଦିନ ପାଇଁ କିସ୍‌ରେ ବିଶେଷ ସାଜସଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍‌ର ବହୁ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.