ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ଚେସ୍‌ ଚମ୍ପିଆନସିପ ପାଇଁ ଯୋଗ୍ୟତା ହାସଲ କଲା ‘କିସ୍’

34

ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ଆନୁକୂଲ୍ୟରେ ଦିଲ୍ଲୀରେ ଆୟୋଜିତ ପୂବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ଚେସ୍‌ ଚମ୍ପିଆନସିପ୍‌ରେ ଭୁବନେଶ୍ବର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍‌) ବିଶ୍ବବିଦ୍ୟାଳୟ ଚତୁର୍ଥ ସ୍ଥାନ ହାସଲ କରିଛି। କିସ ବିଶ୍ବବିଦ୍ୟାଳୟ ୨.୫:୧.୫ ପଏଣ୍ଟରେ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ ବାରାଣାସୀ ନିକଟରୁ ପରାଜିତ ହୋଇ ଚତୁର୍ଥ ସ୍ଥାନାର ରହିଥିବାବେଳେ କିସ୍‌ ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ଚେସ୍‌ ଚମ୍ପିଆନସିପ ପାଇଁ ଯୋଗ୍ୟତା ହାସଲ କରିଛି। କିସ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ସାଜନ କୁମାର ନାୟକ, ବୀରେନ୍ଦ୍ର ରାଇତା, ଅକ୍ଷୟ ସାବର, ଉତ୍ତମ ଛତ୍ରିଆ ପ୍ରତିିନିଧିତ୍ବ କରିଥିଲେ। ଗୌରହରୀ ମହାପାତ୍ର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଏହି ସଫଳତା ଲାଗି କିସ୍‌ ଖେଳାଳି ଓ ପ୍ରଶିକ୍ଷକଙ୍କୁ କିଟ୍‌ ଓ କିସର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ମ୍ୟାଚର ସଫଳତା କାମନା କରିଛନ୍ତି।

Comments are closed, but trackbacks and pingbacks are open.