କିମ୍ସ ପକ୍ଷରୁ ବିଶ୍ୱ ହସ୍ତ ସ୍ୱଚ୍ଛତା ଦିବସ ପାଳିତ, ନୃତ୍ୟ ପରିବେଷଣ କରି ଲୋକଙ୍କୁ ସଚେତନ କଲେ ସ୍ୱାସ୍ଥ୍ୟକର୍ମୀ

30

ହାତର ସ୍ୱଚ୍ଛତା ଏବଂ ସଂକ୍ରମଣ ପ୍ରତିରୋଧକୁ ଗୁରୁତ୍ୱ ଦେଇ ଗୁରୁବାର କିମ୍ସ ପକ୍ଷରୁ ବିଶ୍ୱ ହସ୍ତ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହାତର ସ୍ୱଚ୍ଛତାକୁ ପ୍ରାଥମିକତା ଦେଇ ଡାକ୍ତରଖାନାରେ ପ୍ରବେଶ କରୁଥିବା ପ୍ରତ୍ୟେକ ଲୋକ, ରୋଗୀ ଏବଂ ସମ୍ପର୍କୀୟମାନଙ୍କୁ ହାତ ସଫା କରିବା ନେଇ ଉତ୍ସାହିତ କରିବା ପାଇଁ କିମ୍ସରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ସେବକ ସେବିକାମାନେ ଅଭିନବ ଭାବେ ସଚେତନ କରାଇଥିଲେ । ଏଥିରେ କିମ୍ସର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ସେବକ ସେବିକାମାନେ ହାତକୁ ପରିସ୍କାର ରଖିବାର ଆବଶ୍ୟକ ପଦ୍ଧତି ବିଷୟରେ ନୃତ୍ୟ ପରିବେଷଣ କରି ଲୋକଙ୍କୁ ସଚେତନ କରାଇଥିଲେ ।


ଏହାସହ ହାତର ସ୍ୱଚ୍ଛତା ନେଇ ସାବୁନ ଏବଂ ସାନିଟାଇଜରର ବ୍ୟବହାର ବିଷୟରେ ଅବଗତ କରାଇଥିଲେ । ହାତର ସ୍ୱଚ୍ଛତା ନ ରହିଲେ ଅନେକ ରୋଗ ଆକ୍ରମଣ କରିଥାଏ ବୋଲି ବିଶେଷଜ୍ଞ ଡାକ୍ତରମାନେ କହିଥିଲେ । ଏହି ଅବସରରେ କିମ୍ସର ମହାନିର୍ଦେଶକ ପ୍ରଫେସର ମେଜର ଜେନେରାଲ ପି. କେ ପଟ୍ଟନାୟକ, ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍ସ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସ, ଅତିରିକ୍ତ ଅଧୀକ୍ଷକ ଡା. କବିକାନ୍ତ ସାମନ୍ତରାୟଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.