କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫

165

କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଅନୁଷ୍ଠାନ

ଭୁବନେଶ୍ୱର, ୧୪ ।୨: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶୁକ୍ରବାର ମୁମ୍ବାଇଠାରେ ‘ସ୍ପୋର୍ଟଷ୍ଟାର’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟକୁ ସ୍ପୋର୍ଟଷ୍ଟାର ପକ୍ଷରୁ ୨୦୨୨ ପରେ ଦ୍ୱିତୀୟ ଥର ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶ୍ରୀ ସାମନ୍ତ ସ୍ପୋର୍ଟଷ୍ଟାରକୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ଭାବରେ ମଧ୍ୟପ୍ରଦେଶ, କର୍ପୋରେଟ ଭାବରେ ରିଲିଆନ୍ସ ଓ ପବ୍ଲିକ ସେକ୍ଟର ୟୁନିଟ ଭାବରେ ରେଳବାଇ (ଆରଏସପିବି)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବିଶ୍ୱନାଥନ୍‍ ଆନନ୍ଦଙ୍କ ସମେତ ବହୁ କ୍ରୀଡ଼ାବିତ୍‍, କୋଚ୍‍ ଓ ପ୍ରାକ୍ତନ କ୍ରୀଡ଼ାବିତ୍‍ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ୨୦୦୪ ମସିହାରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନେତୃତ୍ୱରେ କିଟ୍‍ ଓ କିସ୍‍ କ୍ରୀଡ଼ାର ବିକାଶ, କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି । କିଟ୍‍ ଓ କିସରେ ଉନ୍ନତ ଓ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ଏପର୍ଯ୍ୟନ୍ତ ୨୩ ଜଣ ଅଲିମ୍ପିଆନ୍‍, ୩ଜଣ ପାରାଅଲିମ୍ପିଆନ୍‍, ୧୧ ଅର୍ଜୁନ ପୁରସ୍କାର ବିଜେତା ଓ ଜଣେ ଖେଳରତ୍ନ ପୁରସ୍କାର ବିଜେତା ସୃଷ୍ଟି ହୋଇପାରିଛନ୍ତି। ଏହା ସହ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଊର୍ଦ୍ଧ୍ୱ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇ ପାରିଛନ୍ତି । କିଟ୍‍ ଓ କିସ୍‍ର ଏହି ସଫଳତା ସ୍ପୋର୍ଟଷ୍ଟାର ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏକ ଶିକ୍ଷାନୁଷ୍ଠାନ ଭାବରେ କିଟ୍ ଓ କିସ୍ ବର୍ଷ ବର୍ଷ ଧରି ଅନେକ କ୍ରୀଡ଼ା ପୁରସ୍କାର ଜିତିଆସିଛି । ୨୦୨୩ରେ କିଟ୍‍କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ ପୁରସ୍କାର “ବେଷ୍ଟ ସ୍ପୋର୍ଟସ ଫେସିଲିଟି’ ପୁରସ୍କାର ମିଳିଥିଲା । ଏହା ପୂର୍ବରୁ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର; ଏଫସିସିଆଇ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ୨୦୨୨; ଦି ହିନ୍ଦୁ ଦ୍ୱାରା ସ୍ପୋର୍ଟଷ୍ଟାର ଆସେସ୍ ପୁରସ୍କାର ୨୦୨୨ ଏବଂ କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସହନ ପାଇଁ ସର୍ବୋତ୍ତମ ଅବଦାନ ପାଇଁ ୨୦୧୯ରେ କିଟ୍‍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।

Comments are closed, but trackbacks and pingbacks are open.