କିଟ୍‍ ସିଲ୍‍ଭର୍‍ କାର୍ନିଭାଲ୍‍ ଉଦ୍‍ଘାଟିତ, ମନ ମୋହୁଛି କିଟ୍‍ ପରିସର

24

ଭୁବନେଶ୍ୱର, ୩ ।୨: କିଟ୍‍ର ୨୫ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ଅବସରରେ ଗତ ନଭେମ୍ବର ୧୬ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ରୌପ୍ୟ ଜୟନ୍ତୀ ବର୍ଷ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି କିଟ୍‍ ସିଲ୍‍ଭର କାର୍ନିଭାଲ୍‍ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସିଲ୍‍ଭର୍‍ କାର୍ନିଭାଲ୍‍କୁ ଉଦଘାଟନ କରିଥିଲେ । ଉଦ୍‍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହର ବରିଷ୍ଠ ପଦାଧିକାରୀ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଏହି ସିଲ୍‍ଭର୍‍ କାର୍ନିଭାଲ୍‍ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି କିଟ୍‍ ଶିକ୍ଷାନୁଷ୍ଠନସମୂହର ସମସ୍ତ କ୍ୟାମ୍ପସ୍‍ । ଦିନବେଳା ରଙ୍ଗ ବେରଙ୍ଗର ଫୁଲ ଓ ସବୁଜିମା ସାଂଗକୁ ରାତିର ଆଲୋକମାଳା କିଟ୍‍ କ୍ୟାମ୍ପସ୍‍କୁ ଉତ୍ସବମୁଖର କରିଛି । କିଟ୍‍ ସିଲ୍‍ଭର୍‍ କାର୍ନିଭାଲ୍‍ ଅବସରରେ ପ୍ରତିଦିନ କ୍ୟାମ୍ପସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଂଗକୁ ବିଭିନ୍ନ ପ୍ରକାର ଫୁଡ୍‍ ଷ୍ଟଲ୍‍ ଖୋଲାଯାଇଛି ।

ଏହା ଛଡ଼ା କିଟ୍‍ର ବିଭିନ୍ନ କ୍ୟାମ୍ପସରେ ଫେସନ୍‍ ସୋ, ହସ୍ତକଳା ଓ ଚିତ୍ରକଳା ପ୍ରଦର୍ଶନୀ, ଫଟୋ ପ୍ରଦର୍ଶନୀ ନୃତ୍ୟ ଓ ସଙ୍ଗୀତ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଓ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ନାହିଁ ନଥିବା ଉଲ୍ଲାସ ଦେଖାଦେଇଛି।

Comments are closed, but trackbacks and pingbacks are open.