କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା: ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର

137

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ୱାରା ସବୁ ଦିଗରୁ ବିଚାର କରିବାକୁ ଆବେଦନକାରୀ ପ୍ରତାପ ମହାନ୍ତି ଆବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ‘କିଟ୍‌’ ବିଶ୍ୱବିଦ୍ୟାଳୟରେ ନେପାଳର ବିଟେକ୍‌ ଦ୍ଵିତୀୟ ବର୍ଷ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ବିଚାରାଧୀନ ରହିଛି। ଏହାର ପ୍ରାୟ ଅଢ଼େଇ ମାସ ପରେ ଉକ୍ତ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ତ୍ରିସା ସ ଓରଫ ଶନି(୧୮)ଙ୍କ ଆତ୍ମହତ୍ୟା କରିଥିଲେ। ଏ ନେଇ ଇନ୍‌ଫୋସିଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ। ଘଟଣାସ୍ଥଳରୁ ମୃତ ଛାତ୍ରୀଙ୍କ ମୋବାଇଲ୍‌, ଲ୍ୟାପ୍‌ଟପ୍‌ ଓ କିଛି ଖାତାକୁ ଜବତ କରି ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବ୍‌ (ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପଠାଯାଇଥିଲା। ଏହି ଘଟଣାରେ ନେପାଳର ବୈଦେଶିକ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ।

Comments are closed, but trackbacks and pingbacks are open.