ଖେରୀ ହିଂସାକାଣ୍ଡ : ଜେରା ପାଇଁ ହାଜର ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

27

ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଶେଷରେ ଜେରା ପାଇଁ ପୁଲିସ୍‌ ନିକଟରେ ହାଜର ହୋଇଛନ୍ତି। ତାଙ୍କ ଉପରେ ଚାଷୀ ଙ୍କୁ ଗାଡି ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ୍‌ ର ସମନ ଅନୁସାରେ ଆଶିଷ ଶୁକ୍ରବାର ପୂର୍ବାହ୍ନ ୧୦ ଟାରେ ଅପରାଧ ଶାଖା କାର୍ଯ୍ୟାଳୟ ରେ ହାଜର ହେବାକୁ ଥିଲା I ପୋଲିସ ଆଶିଷ ଙ୍କୁ ଜେରା କରିବାକୁ ଥିବାବେଳେ ସେ ଉକ୍ତ ସମୟ ରେ ହଜାର ହୋଇ ନ ଥିଲେ I ତେଣୁ ପୋଲିସ ତାଙ୍କ ମୋବାଇଲ କୁ ଟ୍ରାକ କରି ଏହା ଉତ୍ତରପ୍ରଦେଶ -ନେପାଳ ନିକଟ ଗୌରୀପାଣ୍ଟ ଠାରେ ଉପସ୍ଥିତି ଥିବା ଜାଣିବାକୁ ପାଇଥିଲେ I ତେଣୁ ଆଶିଷ ନେପାଳ କିମ୍ବା ଅନ୍ୟ ରାଜ୍ୟ କୁ ଫେରାର ହୋଇଯିବାର ଆଶଙ୍କା କରାଯାଉଥିଲା I ପୋଲିସ ସମନ ଅନୁସାରେ ଆଶିଷ ଶୁକ୍ରବାର ଦିନ ୧୦ଟା ସୁଦ୍ଧା ସେ ହାଜର ନ ହେବାରୁ ପୁଲିସ୍‌ ତାଙ୍କୁ ଦ୍ୱିତୀୟ ଥର ସମନ କରିଥିଲା। ଏଥିପାଇଁ ବିଭିନ୍ନ ମହଲରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ସମାଲୋଚନାର ଶିକାର ହୋଇଥିଲେ।
ଚାପ ବଢ଼ିବାରୁ ଆଜି ଆଶିଷ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୁଲିସ ରିଜର୍ଭ ଲାଇନରେ ଥିବା କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି। ତାଙ୍କୁ ଏଠାରେ କ୍ରାଇମବ୍ରାଞ୍ଚର ଏଡିଜିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ଜେରା କରିବେ। ତାଙ୍କୁ ଦିନ ୧୧ଟା ସୁଦ୍ଧା ହାଜର ହେବାକୁ କୁହାଯାଇଥିଲା। ଏହାର ପ୍ରାୟ ୨୦ ମିନିଟ୍‌ ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ଓକିଲ ଓ ଆଉ କିଛି ଲୋକ ଉପସ୍ଥିତ ରହିଥିଲେ। ସେ ଅଫିସରେ ପହଞ୍ଚିବା ମାତ୍ରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିବା ତଦନ୍ତ ପାଇଁ ଗଠନ ହୋଇଥିବା ଏସଆଇଟିର ଡିଆଇଜି ସୂଚନା ଦେଇଛନ୍ତି।
ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ମହିନ୍ଦ୍ରା ଥରକୁ ଚାଷୀଙ୍କ ଉପରେ ଚଢ଼ାଇ ଦିଆଯିବା ବେଳେ ଆଶିଷ ସେଠାରେ ଥିବା କୁହାଯାଉଛି। ଏଥିପାଇଁ ତାଙ୍କ ନାଁରେ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି।
ଅନ୍ୟପଟେ ଚାଷୀ ଙ୍କ ଉପରକୁ ଆଶିଷ ମିଶ୍ର ଗାଡି ମଡ଼ାଇବା ଘଟଣାକୁ ତାଙ୍କ ବାପା ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ସମ୍ପୂର୍ଣ ଭାବରେ ଖଣ୍ଡନ କରିବା ସହ କହିଥିଲେ କି ଘଟଣା ଘଟିବା ଦିନ ଗାଡ଼ିରେ ତାଙ୍କ ପୁଅ ନ ଥିଲେ ,ତାଙ୍କ ଡ୍ରାଇଭର ଗାଡି ଚଳାଉଥିଲେ I ପ୍ରତିବାଦ ସମୟ ରେ ଚାଷୀ ମାନେ ଅତର୍କିତ ଆକ୍ରମଣ କରିବାରୁ ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ମାଡିଯାଇଥିଲା I ସୁଚନା ଅନୁସାରେ ଖେରୀ ହିଂସାକାଣ୍ଡ ରେ କେନ୍ଦ୍ରମନ୍ତ୍ରୀ ଙ୍କ ଡ୍ରାଇଭର ଙ୍କ ସହିତ ୩ ବିଜେପି କର୍ମୀଙ୍କୁ ଚାଷୀ କର୍ମକର୍ତ୍ତାମାନେ ପିଟିପିଟି ମାରିଦେଇଥିବା ପାଲଟା ଅଭିଯୋଗ ହୋଇଥିଲା ଇ ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଥିଲେ କି ମୋପୁଅ ଦୋଷୀ ସାବ୍ୟସ୍ତ ହେଲେ ମୁଁ ମନ୍ତ୍ରୀପଦ ଛାଡ଼ିଦେବି I

Leave A Reply

Your email address will not be published.