ଇଡି ରେ ହାଜର ହେଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ

33

ଭୁବନେଶ୍ୱର : ଇଡିରେ ହାଜ‌ର ହେଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ ଚନ୍ଦନ । ବୁଧବାର ହାଜର ହେବା ହେବା ପାଇଁ ଅବିନାଶଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୁପ୍ରିମ ଅଟୋ ମୋବାଇଲର ମୁଖ୍ୟ ପରିଚାଳକ ହେଲେ ଅବିନାଶ ।ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ଜାଣିବାକୁ ମିଳିଛି ଯେ ଆଜି ଇଡି ଆଗରେ ହାଜର ହୋଇପାରନ୍ତି ନାଗ ଦମ୍ପତି । ଗତ ୨୪ ତାରିଖରେ କୋର୍ଟରେ ହାଜର କରାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ ଆଗରେ ଇଡି ପିଟିସନ୍ ଫାଇଲ କରିଥିଲା । କୋର୍ଟରେ ହାଜର କରାଇବା ପରେ ଉଭୟଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ ଇଡି ଆବେଦନ କରିବ I ଏଥିପାଇଁ ଇଡି ଉଭୟ ଙ୍କୁ ପାଖାପାଖି ୫୦ ପ୍ରଶ୍ନ ପଚାରି ଅଧିକ ଗୁମର ଖୋଲିବାକୁ ଚେଷ୍ଟା କରିବ I

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦିନକୁ ଦିନ ନୂଆ ନୂଆ ଗୁମର ଫିଟୁଛି । ଏହା ସହିତ ଜଣେ ପରେ ଜଣେ ସମ୍ପୃକ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଇଡି ୫ ଜଣଙ୍କୁ ଜେରା କରିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଚନ୍ଦନ ଓ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଛାଡ଼ିଦେଲେ ବାକି ୮ ଜଣ କିଏ, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସେହିପରି ଶ୍ରଦ୍ଧାଞ୍ଜଳି, ଖଗେଶ୍ୱର, ଅକ୍ଷୟ ପରିଜା ଓ ପ୍ରମୋଦ ସ୍ୱାଇଁଙ୍କ ସହ ସେମାନଙ୍କୁ ଆଉଥରେ ମୁହାଁମୁହିଁ ଜେରା ହୋଇପାରେ । ପୂର୍ବରୁ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କୁ ଜେରା ବେଳେ ଇଡି ପାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ।

Comments are closed, but trackbacks and pingbacks are open.