ଉଦୟଗିରି: ସରକାରଙ୍କ ଆନ୍ତରିକତାର ଅଭାବରୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା କନ୍ଧମାଳ ଜିଲ୍ଲାରେ ମାଳମାଳ ପର୍ଯ୍ୟଟନସ୍ଥଳ ଦୃଷ୍ଟି ଆଢୁଆଳରେ ରହିଯାଉଥିବାରୁ ଏହାର ବିକାଶ ହୋଇପାରୁନାହିଁ । ପର୍ଯ୍ୟଟନସ୍ଥଳ ବିକାଶରେ ହିଁ କନ୍ଧମାଳର ଆର୍ଥିକ ବିକାଶ ଯୋଡି ହୋଇଛି । କନ୍ଧମାଳର ବିକାଶ ହେଉନଥିବାରୁ ଯୁବପିଢି କାମ ଧନ୍ଦା ନପାଇ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏବେ ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଦେଇ ସାରି କୌଣସି କଲେଜରେ ସମର କୋର୍ସ କରିବା ସ୍ଥାନରେ ପେଟ ପାଇଁ କେରଳରେ ଖଟୁଛନ୍ତି ନାବାଳକ ଏବଂ ଯୁବ ଗୋଷ୍ଠୀ। ଅର୍ଥ ଅଭାବରୁ ପାଠ ପଢିବା ବୟସରେ ହାତରେ ବହି ଖାତା କଲମ ଧରିବା ବଦଳରେ ହାତୁଡି ଧରି ମୁଣ୍ଡର ଝାଳ ତୁଣ୍ଡରେ ମାରି ବଞ୍ଚିବା ପାଇଁ କେରଳରେ ଏବେ ଶତାଧିକ ଛାତ୍ରଛାତ୍ରୀ ସଂଘର୍ଷ କରୁଛନ୍ତି। କନ୍ଧମାଳ ଜିଲ୍ଲାରେ ସରକାର ଯଦି ପ୍ରକୃତରେ ବିକାଶ କରିବାକୁ ଚାହାଁନ୍ତି, ଦାଦନ ରୋକିବାକୁ ଚାହାଁନ୍ତି, ଯୁବକଙ୍କ ହାତକୁ କାମ ଦେବାକୁ ଚାହାଁନ୍ତି, ସ୍ୱାବଲମ୍ବୀ କରିବାକୁ ଚାହାଁନ୍ତି ତାହାହେଲେ ପର୍ଯ୍ୟଟନସ୍ଥଳକୁ ଗୁରୁତ୍ୱ ଦେଲେ ସମସ୍ୟାର ସମାଧାନ ହୋଇପାରନ୍ତା ।
Comments are closed, but trackbacks and pingbacks are open.