ଗୁଜରାଟ ଚାଷୀଙ୍କୁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, ଆପ୍‌କୁ ଭୋଟ ଦେଲେ ୨ ଲକ୍ଷ ଟଙ୍କାର ଋଣଛାଡ

26

ନୂଆଦିଲ୍ଲୀ : ସଂସ୍କୃତକୁ ଜାତୀୟ ଭାଷାଭାବେ ମାନ୍ୟତା ପ୍ରଦାନ କରିବାକୁ ଯେଉଁ ପିଟିସନ ଦାଏର କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୌଣସି ଭାଷାକୁ ଜାତୀୟ ଭାଷାର ମାନ୍ୟତା ଦେବା ଅଦାଲତଙ୍କ କ୍ଷମତା ବାହାରେ ବୋଲି ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ କ୍ରିଷ୍ଣ ମୁରାରିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ନୀତି ନିର୍ଦ୍ଧାରଣ କରିବେ ଏବଂ ସମ୍ବିଧାନ ସଂଶୋଧନ ଜରୁରୀ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଂସ୍କୃତକୁ ଜାତୀୟ ଭାଷା ଘୋଷଣା କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେନି । ଡି.ଜି.ବଞ୍ଜାରା ନାମକ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏହି ପିଟିସନ ଦାଏର କରିଥିଲେ । ଶୁକ୍ରବାର ଶୁଣାଣି ସମୟରେ ଖଣ୍ଡପୀଠ ପିଟିସନଧାରୀଙ୍କୁ ପଚାରିଥିଲେ ଯେ ‘ଆପଣ କ’ଣ ସଂସ୍କୃତରେ କଥାବାର୍ତ୍ତା କରନ୍ତି?’ । ଭାରତର କେତେଟା ସହରରେ ଲୋକେ ସଂସ୍କୃତରେ କଥା ହୁଅନ୍ତି ବୋଲି ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ନିଜର ପିଟିସନରେ ଉଲ୍ଲେଖ କରାଯାଇଥିବା ବିଷୟବସ୍ତୁକୁ ଆପଣ ସଂସ୍କୃତରେ ଅନୁବାଦ କରିପାରିବେ କି ବୋଲି ଖଣ୍ଡପୀଠଙ୍କ ପ୍ରଶ୍ନରେ ବଞ୍ଜାରା ଅପ୍ରସ୍ତୁତ ହୋଇପଡିଥିଲେ । ବ୍ରିଟିଶ ରାଜତ୍ୱ ସମୟରେ ସାର ୱିଲିୟମ୍ ଜୋନ୍‌ସ ନାମକ ବ୍ୟକ୍ତି ତତ୍କାଳୀନ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଭାରତର ୨୨ଟି ଭାଷା ପଢିଥିବାବେଳେ ସଂସ୍କୃତ ହିଁ ଭାରତର ମାତୃଭାଷା ବୋଲି ସେ ହୃଦୟଙ୍ଗମ କରିଥିବା ବଞ୍ଜାରା କୋର୍ଟଙ୍କୁ ଜଣାଇଥିଲେ । ଜବାବରେ ଖଣ୍ଡପୀଠ କହିଥିଲେ ଯେ ‘ଆମେ ସେ ପ୍ରସଙ୍ଗରେ ଅବଗତ ଅଛୁ । କିନ୍ତୁ ଜୋନ୍‌ସଙ୍କ ଉକ୍ତିକୁ ଆଧାର କରି ସଂସ୍କୃତକୁ ଜାତୀୟ ଭାଷାର ମାନ୍ୟତା ଦେଇହେବ ନାହିଁ’ ।

Comments are closed, but trackbacks and pingbacks are open.