କେଜ୍ରିୱାଲଙ୍କ ବଙ୍ଗଳା ପାଇଁ ୪୫ ନୁହେଁ ୧୭୧ କୋଟି ଖର୍ଚ୍ଚ ହୋଇଛି : ମାକେନ

23

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ କମିବାରେ ନାମ ଧରୁନି । ବଙ୍ଗଳାର ସୌନ୍ଦର୍ଯ୍ୟକରଣ ନେଇ ପୂର୍ବରୁ ବିଜେପି ଟାର୍ଗେଟ କରିଥିବା ବେଳେ ଏବେ କଂଗ୍ରେସ ତାଙ୍କ ବିରୋଧରେ ଚାଂଚଲ୍ୟକର ବୟାନ ଦେଇଛି । କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି କେଜ୍ରିୱାଲଙ୍କ ବଙ୍ଗଳା ପାଇଁ ୪୫ ନୁହେଁ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ମୂଖ୍ୟମନ୍ତ୍ରୀ ଆବାସ ପରିସରକୁ ବୃଦ୍ଧି କରିବା ପାଇଁ କେତେକ ସରକାରୀ ଅଧିକାରୀଙ୍କୁ ହଟାଯିବା ସହ ସେମାନଙ୍କ ପାଇଁ ଅତିରିକ୍ତ ଫ୍ଲାଟ କିଣା ଯାଇଥିଲା । କରୋନା ମହାମାରୀ ସମୟରେ ଦିଲ୍ଲୀବାସୀ ଯେତେବେଳେ ଅକ୍ସିଜେନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେତେବେଳେ କେଜ୍ରିୱାଲଙ୍କ ଘରକୁ ସଜାଇବାରେ ଲାଗିଥିଲେ । ନିର୍ମାଣଧୀନ ପରିସରରେ ୨୨ ଅଫିସର୍ସଙ୍କ ଫ୍ଲାଟ ଥିଲା ।

ଏମାନଙ୍କୁ ହଟେଇ ରାଜ୍ୟଗୋଷ୍ଠୀ କ୍ରୀଡା ଗେମ୍ସ ଭିଲେଜରେ ପାଖାପାଖି ୧୨୬ କୋଟି ଟଙ୍କାର ୨୧ ଟାଇପ ୫ ଫ୍ଲାଟ କିଣା ଯାଇଥିଲା । ପୂର୍ବରୁ ମହାଠକ ସୁକେଶ କୁମାର ମଧ୍ୟ କେଜ୍ରିୱାଲଙ୍କ ଘର ସଜାଇବା ପାଇଁ ଦାମୀ ସାମଗ୍ରୀ ଉପହାର ଦେଇଥିବା ସ୍ୱୀକାର କରିଛି ।

Comments are closed, but trackbacks and pingbacks are open.