ଥମ୍ବନେଲ-ଜେଲ୍ ଯିବେ କେଜ୍ରିୱାଲ !

23

ଗିରଫ ହେବେ କେଜ୍ରିୱାଲ ! ସତେନ୍ଦ୍ର , ମନିଷଙ୍କ ପରେ କେଜ୍ରିୱାଲଙ୍କ ପାଳି ! ସୁକେଶ ଖୋଲିଲେ ଆପର କଳା ଚିଠା ! କେଜ୍ରିୱାଲ ହେଉଛନ୍ତି ମହାଠକ । ପୁଣି ଚର୍ଚ୍ଚାରେ ସୁକେଶ ଚନ୍ଦ୍ରଶେଖର । ଆପ୍‌କୁ ନେଇ ବିସ୍ଫରକ ବୟାନ ଦେଲେ ସୁକେଶ । ସିସୋଦିଆ, ଜୈନଙ୍କ ପରେ କେଜ୍ରିଓା୍ୱଲଙ୍କ ପାଳି । ଥମିବାର ନାଁ ନେଇନି ସୁକେଶଙ୍କ ବୟାନ ବାଜି । ର୍ଦୁନିତୀ ମାମଲାରେ ଗୋଟିଏ ପରେ ଗୋଟିଏ ତୁଙ୍ଗ ନେତାଙ୍କ ନାଁ ଆସୁଛି ସାମ୍ନାକୁ । ଆପ୍‌ର କଳାକାରନାମାକୁ ନେଇ ମୁହଁ ଖୋଲିଛନ୍ତି ସୁକେଶ । ତେବେ ଦିଲ୍ଲୀ ହେଉଥିବା ର୍ଦୁନିତୀରେ କେଜ୍ରିୱାଲ ସାମିଲ ଅଛନ୍ତି ବୋଲି କହଥିଲେ ସୁକେଶ ।

ବିଭିନ୍ନ ପ୍ରକାରର ର୍ଦୁନିତୀରେ ଆପ ନେତା ଜଡିତ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ଭିତରେ କେଜ୍ରିୱାଲଙ୍କୁ ଓପନ ଚ୍ୟାଲେଞ୍ଜ କରିଛନ୍ତି ସୁକେଶ ଏବଂ କୋର୍ଟରୁ ବାହାରିବା ସମୟ ଗଣମାଧ୍ୟମକୁ ବିସ୍ଫରକ ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ସବୁ ମାମଲାରେ କେଜ୍ରିୱାଲ ଜଡିତ ଥିବା କହିଛନ୍ତି ସୁକେଶ । ସେ ଆହୁରି ମଧ୍ୟ କହିଛନ୍ତି କେଜ୍ରିୱାଲ ହେଉଛନ୍ତି ମହାଚୋର , ମହାଠକ । ଏସବୁ ପଛରେ ସେହିଁ ସାମିଲ ଅଛନ୍ତି । ଅନ୍ୟଟେ ସିସୋଦିଆ ଓ ଜୈନଙ୍କ ଗିରଫ ଦାରିକୁ ବିଜେପିର ରାଜନୈତିକ ଆକ୍ରୋଶର ନାଁ ଦେଉଛନ୍ତି କେଜ୍ରିୱାଲ ।

ଏନେଇ ସେ ଟୁଇଟି ୱାର ମଧ୍ୟ ଆରମ୍ଭ କରିଦେଇଛନ୍ତି କେଜ୍ରିୱାଲ । ତେବେ ଏହି ବିବାଦ ଥମୁନ ଥିବା ବେଳେ ଆପ୍ ନେତାଙ୍କ ଗିରଫ ଦାରି ଫଛରେ ସତରେ ରାଜନୈତିକ କାରଣ ଅଛି ନା ସେ ପ୍ରକୃତ ଦୋଷୀ ତାହା ଉରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.