ଶୁଣୁନାହାନ୍ତି କେଜରିୱାଲ; ED ର ପଞ୍ଚମ ସମନ

536

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ବା ଇଡ଼ି ଚତୁର୍ଥ ସମନ ଜାରି କରିଥିଲା। ଏହା ସତ୍ତ୍ୱେ ସେ ହାଜର ହୋଇନାହାଁନ୍ତି। ଇଡି ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥାର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଗିରଫ କରିବା। ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅନୁସନ୍ଧାନକାରୀ ସଂସ୍ଥା ଇଡିଙ୍କ ଡାକରା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଦୁଇ ବର୍ଷ ଧରି ଏହି ମାମଲାର ତଦନ୍ତ ଚାଲିଛି। ଏଭଳି ପରିସ୍ଥିତିରେ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ଇଡି କାହିଁକି ସମନ ଜାରି କରୁଛି ବୋଲି ପ୍ରଶ୍ନ ଉଠାଇଛି। ଏଠାରେ କହି ରଖୁ କି ଆଉ କିଛି ଦିନର ବ୍ୟବଧାନ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।

ବିଜେପି ଉପରେ ବର୍ଷିଲେ କେଜରିୱାଲ
ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଜେପି ଉପରେ ବର୍ଷିଛନ୍ତି। ଏଥି ସହିତ ଦିଲ୍ଲୀ ମଦ ଦୁର୍ନିତୀ ପଲିସିରେ ହୋଇଥିବା ଅନିୟମିତତା ଘଟଣାରେ ମନି ଲଣ୍ଡରିଂ ଘଟଣାର ତଦନ୍ତକାରୀ ସଂସ୍ଥାର ଚତୁର୍ଥ ସମନକୁ ସିଏମ୍ କେଜ୍ରିୱାଲ ଅଣଦେଖା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସେମାନେ ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରୁଛନ୍ତି। ସିଏମ କେଜ୍ରିୱାଲଙ୍କୁ ଆଉ ଏକ ସମନ ଜାରି ହେବାର ସମ୍ଭାବନା ଅଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ସେହିପରି ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟରେ ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପରବର୍ତ୍ତୀ ପଦକ୍ଷେପ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। କିନ୍ତୁ ତଦନ୍ତରେ ଯୋଗଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚତୁର୍ଥ ସମନକୁ ପୁଣି ଥରେ ଅଣଦେଖା କରିଛନ୍ତି। ଏଠାରେ କହି ରଖୁଛୁ ଯେ, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ସମେତ ୩୧ ଜଣ ବ୍ୟକ୍ତି ଏବଂ ଅନୁଷ୍ଠାନ ବିରୋଧରେ ଦିଲ୍ଲୀ ଲିକର୍ ପଲିସି ଯାଞ୍ଚରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଏପର୍ଯ୍ୟନ୍ତ ୬ଟି ଚାର୍ଜସିଟ୍ ଦାଖଲ କରିଛନ୍ତି। ଉଭୟ ମନୀଷ ସିସୋଡିଆ ଏବଂ ସଞ୍ଜୟ ସିଂ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି।

Comments are closed, but trackbacks and pingbacks are open.