ଘରର ଏହି ଦିଗରେ ରଖନ୍ତୁ ସୁରେଇ, ଦୂର ହେବ ଆର୍ଥିକ ଦୁରାବସ୍ଥା

25

ପ୍ରତ୍ୟେକ ବ୍ୟକ୍ତି ନିଜ ଘରକୁ ବାସ୍ତୁ ଅନୁସାରେ ସଜାଇବାକୁ ଚାହିଁଥାନ୍ତି | ଘରେ ବାସ୍ତୁ ଦୋଷ ରହିଥିଲେ ବିଭିନ୍ନ ଅସୁବିଧା ହୋଇଥାଏ | ତେଣୁ ବାସ୍ତୁ ସମ୍ପର୍କରେ ଜାଣିବା ନିହାତି ଜରୁରୀ ହୋଇଥାଏ | ଗରମ ଦିନରେ ଲୋକେ ଘରେ ବିଭିନ୍ନ ମାଟି ପାତ୍ର ବା ସୁରେଇରେ ପାଣି ଭରିକରି ରଖିଥାନ୍ତି | ହେଲେ ଘରେ କେଉଁ ଜାଗାରେ ପାଣି ଘଡି ଓ ସୁରେଇ ରଖିଲେ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ ତାହା ଜାଣିବା ଆବଶ୍ୟକ ହୋଇଥାଏ | ଆସନ୍ତୁ ଜାଣିବା ଏ ସମ୍ପର୍କରେ କଣ କହୁଛନ୍ତି ବାସ୍ତୁ ଏକ୍ସପର୍ଟ |

ଏହି ଦିଗରେ ରଖନ୍ତୁ ସୁରେଇ :
ବାସ୍ତୁ ଶାସ୍ତ୍ର ଅନୁଯାଇ ମାଟିରେ ନିର୍ମିତ ଘଡି ବା ସୁରେଇରେ ପାଣି ଭରିକରି ଘରର ଉତ୍ତର ଦିଗରେ ରଖିବା ଜରୁରୀ | ଧ୍ୟାନ ଦେବା ଜରୁରୀ କି ପାତ୍ର ସର୍ବଦା ପାଣିରେ ଭରି ରହୁଥିବା ଆବଶ୍ୟକ | ସୁରେଇରୁ ପାଣି କମିଲେ ତାହାକୁ ତୁରନ୍ତ ଭରି ଦିଆଯିବା ଆବଶ୍ୟକ |

ଘର ଧନ-ଧାନ୍ୟରେ ରହିଥାଏ ପରିପୂର୍ଣ :
ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗରେ ଦେବା-ଦେବୀଙ୍କ ବାସ ହୋଇଥାଏ | ତେଣୁ ଜଳରେ ଭରି ହୋଇଥିବା ଘଡି ବା ସୁରେଇ ଉତ୍ତର ଦିଗରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ଫଳରେ ସେହି ଘର ଧନ-ଧାନ୍ୟରେ ପରିପୂର୍ଣ ରହିଥାଏ |

  • ସମସ୍ତଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଜିନିଷକୁ ବ୍ୟବସ୍ଥିତ ଭାବେ ରଖିବା ଆବଶ୍ୟକ | ଏହାଦ୍ୱାରା ଘରେ କଷ୍ଟ ଆସିନଥାଏ ଓ ଘରେ ସୁଖ ବୃଦ୍ଧି ପାଇଥାଏ |
  • ବାସ୍ତୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟାରେ ତୁଳସୀ ବୃକ୍ଷ ନିକଟରେ ମାଟି ଦୀପ ଜଳାଇଲେ ଘରେ ଧନର ଅଭାବ ହୋଇନଥାଏ | ପରିବାରରେ ଏକତା ଆସିଥାଏ, ଧନ, ବୈଭବ ଓ ସମ୍ପନ୍ନତା ଆସିଥାଏ |
  • ମାଟି ତିଆରି ମାଠିଆରେ ଜଳ ଭର୍ତି କରି ପ୍ରତିଦିନ ଗଛରେ ପାଣିଦେଲେ ମାନସିକ ଶାନ୍ତି ମିଳିଥାଏ I
  • ଘରେ ଛୋଟ ମାଟି ଘଡିରେ ଜଳ ଭର୍ତି କରି ଉତ୍ତର ଦିଗରେ ରଖି ଦୀପ ଜାଳନ୍ତୁ ଘରର ଆର୍ଥିକ ସମସ୍ୟା ଦୂର ହେବ I
  • ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଜୀବନର ବହୁ ଅସୁବିଧା ଦୂର ହୋଇଥାଏ |

Comments are closed, but trackbacks and pingbacks are open.