ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଏହି ଜିନିଷ ଘରେ ରଖନ୍ତୁ ଆର୍ଥିକ ପରିସ୍ଥିତିରେ ହେବ ଉନ୍ନତି

0 20

ବାସ୍ତୁ ଶାସ୍ତ୍ର ଭଳି ଚାଇନା ମାନଙ୍କର ଫେଙ୍ଗ ଶୁଇ ଟିପ୍ସ ମଧ୍ୟ ଘରର ନକାରାତ୍ମକ ଶକ୍ତିକୁ ଦୂର କରି ଘରେ ଏକ ସକାରାତ୍ମକ ପରିବେଶସୃଷ୍ଟି କରିଥାଏ I ଏପରିକି ଚାଇନିଜ୍ ବାସ୍ତୁ ଶାସ୍ତ୍ରରେ ପଶୁ ଓ ପକ୍ଷୀମାନଙ୍କୁ ଦେବତାମାନଙ୍କର ବାହନ ବୋଲି ବର୍ଣ୍ଣନା କରାଯାଇଛି I ଏଭଳି ପରିସ୍ଥିତିରେ, ଘର କିମ୍ବା ଅଫିସରେ ସେମାନଙ୍କ ସହ ଜଡିତ ଜିନିଷ ରଖିବା ଶୁଭ ବୋଲି ବିବେଚନା କରାଯାଏ | ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, କଇଁଛହେଉଛି ଧନର ପ୍ରତୀକ I ଏହାକୁ ରଖିବା ଦ୍ୱାରା ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ ବୋଲି ଚାଇନା ମାନେ ବିଶ୍ୱାସକରିଥାନ୍ତି I ଆମେ ମଧ୍ୟ କଇଁଛକୁ ଭଗବାନ ବିଷ୍ଣୁ ଙ୍କ ର କୂର୍ମ ଅବତାର ବୋଲି ପୂଜା କରିଥାଉ I ତେଣୁ, କଇଁଛକୁ ଘରେ ରଖିବା ଦ୍ୱାରା ସ୍ଥଗିତ କାର୍ଯ୍ୟରେ ସଫଳତା ଦେଇଥାଏ I ଆସନ୍ତୁ ଜାଣିବା କଇଁଛ ସହିତ ଜଡିତ ଫେଙ୍ଗ୍ ଶୁଇ ଟିପ୍ସ :

କଇଁଛ ହେଉଛି ଏକମାତ୍ର ଜୀବ ଯାହାକି ଦୀର୍ଘ ସମୟ ବଞ୍ଚିପାରେ I ଘରର ପୂଜା ସ୍ଥାନ ରେ ଧାତୁରେ ନିର୍ମିତ କଇଁଛକୁ ରଖିପାରିବେ | ଘରେ କଇଁଛ ରଖିବାବେଳେ, ମନେରଖନ୍ତୁ ଯେ କଇଁଛକୁ ଖୋଲା ସ୍ଥାନରେ ରଖନ୍ତୁ ନାହିଁ ଏବଂ ଏହାକୁ ସର୍ବଦା ଏକ ପାତ୍ରରେ ପାଣି ନେଇ ରଖନ୍ତୁ | ଏହା ଘର ଭିତରେ ସମୃଦ୍ଧତା କୁ ବଜାୟ ରଖେ I

କଇଁଛକୁ ଉତ୍ତର ଦିଗରେ ରଖିବା ଶୁଭ ବୋଲି ଧରା ଯାଏ I କାରଣ ଉତ୍ତର ଦିଗକୁ ମା’ ଲକ୍ଷ୍ମୀ ଙ୍କର ଦିଗ ବୋଲି କୁହI ଯାଏ | ତେଣୁ ସେହି ସ୍ଥାନରେ କଇଁଛ ରଖିଲେ ଶତ୍ରୁମାନେ ନଷ୍ଟ ହେବା ସହିତ ବ୍ୟବସାୟରେ ସଫଳତା ଏବଂ ଆର୍ଥିକ ଲାଭ ହୋଇଥାଏ I ଯଦି ଘରେ ଆର୍ଥିକ ସମସ୍ୟା ରହୁଥାଏ , ତେବେ ଘରେ କ୍ରିଷ୍ଟାଲ ର ଏକ କଇଁଛ ଆଣି ରଖନ୍ତୁ I ଏହା ମଧ୍ୟ ମନେ ରଖିବାକୁ ହେବ ଯେ କଇଁଛର ପାଟି ସବୁବେଳେ ଘର ଭିତ ର ପଟକୁ ରହିବା ଉଚିତ୍ I

ଫେଙ୍ଗ୍ ଶୁଇ ଅନୁଯାୟୀ, ଘର କିମ୍ବା ଅଫିସରେ ଏକ ଧାତୁ ନିର୍ମିତ କଇଁଛ ରଖିବା ଶୁଭ ହୋଇଥାଏ I ଏହାକୁ ଘରେ ରଖିଲେ ସକରାତ୍ମକ ଶକ୍ତି ମିଳିଥାଏ I ଏହା ସହିତ, ପରିବାର ସଦସ୍ୟମାନେ ପ୍ରଗତିର ପଥରେ ଆଗକୁ ବଢି ଥାନ୍ତି I ଘରେ ଆପଣ ଏକ ରୂପା, ପିତ୍ତଳ କିମ୍ବା ତମ୍ବା କଇଁଛକୁ ଘର ଭିତରେ ରଖିପାରିବେ I

କ୍ୟାରିୟରର ଅଗ୍ରଗତି ପାଇଁ ଘରର ଉତ୍ତର ଦିଗରେ ଏକ ଧାତୁ କଇଁଛ ରଖିବା ଶୁଭ ଅଟେ I ଏହା ବ୍ୟତୀତ ଘରେ କଳା ରଙ୍ଗର କଇଁଛର ଚିତ୍ର ମଧ୍ୟ ପ୍ରୟୋଗ କରାଯାଇପାରେ I ଅନ୍ୟ ପଟେ, ଆୟ ବୃଦ୍ଧି ପାଇଁ ଏକ ଖୋଲା ମୁହଁ ବା ପାଟି ମେଲା କରିଥିବା କଇଁଛ ରଖନ୍ତୁ I ଏହା ସହିତ କଇଁଛଙ୍କ ପାଟିରେ ଏକ ଚାଇନିଜ୍ ମୁଦ୍ରା ରହିବା ମଧ୍ୟ ଆବଶ୍ୟକ I

ଘରର ପୂର୍ବ ଦିଗ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଏକ କାଠ କଇଁଛ ରଖିବା ଦ୍ୱାରା ଘରେ ସକାରତ୍ମକ ଶକ୍ତି ଏବଂ ଧନ ବୃଦ୍ଧି ପାଇଥାଏ I ଏହି ସମୟରେ, ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଆନ୍ତରିକ ରହିଥାଏ I ଅନ୍ୟ ପଟେ, ଘରର ପୂର୍ବ-ଉତ୍ତର କିମ୍ବା ପଶ୍ଚିମ-ଦକ୍ଷିଣ ଦିଗରେ ଏକ ମାଟି ରେ ତିଆରି କଇଁଛ ରଖିବା ପରିବାରରେ ସୁଖ ଏବଂ ଶାନ୍ତି ଆଣିଥାଏ I

ଘରେ ଏକ ସ୍ଫଟିକ କଇଁଛ ରଖିବା ଦ୍ୱାରା ଧନ ବୃଦ୍ଧି ପାଇଥାଏ I ଏହା ସହିତ,ବାସ୍ତୁ ତ୍ରୁଟି ଦୂର କରିବାରେ ମଧ୍ୟ ଏହା ବେଶ ଗୁରୁତ୍ତ୍ୱପୂର୍ଣ୍ଣ I ଅନ୍ୟ ପଟେ, ଡ୍ରାଗନ୍ କଇଁଛ ରଖିବା ଦ୍ୱାରା ଘରୁ ବା ଅଫିସ ରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ |

Leave A Reply

Your email address will not be published.