ଘରେ ରଖନ୍ତୁ ଏହି ୪ଟି ଜିନିଷ ,ଦୂର ହେବ ଆର୍ଥିକ ସମସ୍ୟା

18

ବେଳେବେଳେ ଦେଖା ଯାଇଥାଏ ଯେତେ ରୋଜଗାର କଲେ ମଧ୍ୟ ଘରେ ଆର୍ଥିକ ଅଭାବ ଲାଗି ରହୁଥାଏ I ଏଥିରୁ ମୁକ୍ତି ପାଇବାକୁ ଅନେକ ଉପାୟ ଅବଲମ୍ବନ କଲେ ମଧ୍ୟ ଘର ର ମୌଳିକ ଆବଶ୍ୟକତାକୁ ପୂରଣ କରିହୁଏ ନାହିଁ I ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ପଛରେ ଘର ପରିବେଶ ରେ ନକାରାତ୍ମକ ଶକ୍ତି ର ପ୍ରାଦୁର୍ଭାବ ହେତୁ ଘରେ ଅର୍ଥର ଅଭାବ ଦେଖା ଦେଇ ଥାଏ I ଏପରି ପରିସ୍ଥିତିରେ, ଘରେ ରଖନ୍ତୁ ଏହି ୪ ଟି ଜିନିଷ ଯାହାକି ଘରର ପରିବେଶରେ ସକାରାତ୍ମକତା ଖେଳାଇବା ସହିତ ଆର୍ଥିକ ସମସ୍ୟା କୁ ଦୂର କରିଥାଏ I

ଉଈଣ୍ଡ ଚIଇ

ପବନରେ ଘୁରୁ ଥିବା ଏହି ଦୋଳା ରୁ ଆସୁଥିବା ସୁନ୍ଦର ମଧୁର ଧ୍ୱନି ଯେତେବେଳେ ଘରେ ପ୍ରବାହିତ ହୁଏ, ତାହା ଘରକୁ ଘରେ ସକରାତ୍ମକ ଶକ୍ତି ଯୋଗାଇଥାଏ ଏବଂ ଏହା ଆମ ଭାଗ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ I ଏହା ଦ୍ୱାରା ଘର ର ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ I

ଘୋଡା ନାଲ
ବାସ୍ତୁ ଶାସ୍ତ୍ର ରେ ଘୋଡା ନାଲରେ କୁ ବହୁତ ଶୁଭ ବୋଲି ମାନାଯାଇଥାଏ I ଯଦି ଘୋଡା ନାଲ ସହିତ ଉପରେ ଲେମ୍ବୁ ,ଲଙ୍କା ସହିତ ଏବଂ ଘରର ଦ୍ୱାର ମଝିରେ ଟଙ୍ଗାଯାଏ, ତେବେ ଘରେ ସର୍ବଦା ନକାରାତ୍ମକ ଦୂର ହୋଇଥାଏ I ଏହା ସହିତ , ଘରେ ସର୍ବଦା ସୁଖ ଏବଂ ସମୃଦ୍ଧି ଆସି ଥାଏ I ଏବଂ ବ୍ୟକ୍ତି ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି I

କ୍ରାସୁଲା ପ୍ଲାଣ୍ଟ
ଘରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ କ୍ରାସୁଲା ପ୍ଲାଣ୍ଟକୁ ଘରର ଉତ୍ତର ଦିଗରେ ଲଗାନ୍ତୁ , ଧନବୃଦ୍ଧି ହେବ I

ଚାଇନିଜ୍ ମୁଦ୍ରା
ବାସ୍ତୁ ଶାସ୍ତ୍ର ଅନୁସାରେ ଫେଙ୍ଗ୍ ଶୁଇରେ କୁହାଯାଇଥିବା ଚାଇନିଜ୍ ମୁଦ୍ରା କୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ I ବିଶ୍ୱାସ ରହିଛି ଯେ ଯଦି ତିନୋଟି ମୁଦ୍ରାକୁ ଲାଲ୍ ରିବନରେ ବାନ୍ଧି ଘରେ ରଖାଯାଏ, ତେବେ ଘରର ନକାରାତ୍ମକତା ଦୂର ହେବI ସହିତ ଘର ର ଆର୍ଥିକ ସ୍ଥିତି କୁ ମଜବୁତ କରିଥାଏ I

ଲାଫିଙ୍ଗ ବୁଦ୍ଧ
ଟଙ୍କା ର ଗଣ୍ଠିଲି ଧରି ହସୁଥିବା ଲାଫିଙ୍ଗ ବୁଦ୍ଧ ମୂର୍ତ୍ତି କୁ ଘରେ ରଖିବା ବହୁତ ଶୁଭ ବୋଲି ଧରାଯାଏ I ବୁଦ୍ଧଙ୍କୁ ହସିବା ଚେହେରା ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ I କିନ୍ତୁ ମନେରଖନ୍ତୁ ଯେ ହସୁଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଅଢେଇ ଇଞ୍ଚରୁ ବଡ ହେବା ଉଚିତ ନୁହେଁ I ଏହି ପ୍ରତିମୂର୍ତ୍ତିକୁ ରଖିବା ଦ୍ୱାରା ଘରେ କେବେବି ଅର୍ଥ ର ଅଭାବ ରହିବ ନାହିଁ I

Leave A Reply

Your email address will not be published.