କେବିଏନ ଗ୍ରୁପ ର ସଦସ୍ୟ ସଞ୍ଜୟ ଘରେ ପୋଲିସ ଚଢ଼ାଉ :ମିଳିଲା ମାରଣାସ୍ତ୍ର

19

ଗତ କିଛିଦିନ ହେବ ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କେବିଏନ୍‌ ଗ୍ରୁପ୍‌ର ଅନ୍ୟ ସଦସ୍ୟଙ୍କୁ ଖୋଜୁଛି କମିଶନରେଟ ପୋଲିସ। ଏହି ଗ୍ରୁପ ର ସମୁଦାୟ ୨୯ ସଦସ୍ୟଙ୍କ ମଧ୍ୟରୁ ଏ ଯାଏ ପୁଲିସ୍‌ ୭ ଜଣ ଙ୍କୁ ଗିରଫ କରିଛି I

ଗତକାଲି ଏହି ଗ୍ରୁପ ରମୁଖ୍ୟ ସଦସ୍ୟ ଥିବା ଚେଙ୍ଗକୁ ନ ପାଇ ବ୍ୟବହାର କରୁଥିବା ମାରଣାସ୍ତ୍ର କୁ ଖୋଜିବାପାଇଁ ତା ଘରକୁ ଖୋଳତାଡ଼ କରିଥିଲା I ସେହି ଗ୍ରୁପ ର ଅନ୍ୟ ଏକ ସଦସ୍ୟ ସଞ୍ଜୟର ନୟାପଲ୍ଲୀ ବୃତ କଲୋନିସ୍ଥିତ ସରକାରୀ ଜାଗାରେ ଥିବା ଘରେ ପୁଲିସ୍‌ ଆଜି ରେଡ କରିଥିଲା। ସଞ୍ଜୟ ଘରେ ନ ଥିବା ବେଳେ ପୁଲିସ୍‌ ତା’ ଘରକୁ ବି ଭାଙ୍ଗିରୁଜି ଦେଇଛି। ଏପରିକି ଘରର ଚଟାଣ, ଝରକାକୁ ତାଡ଼ି ଦେଇଥିବା ବେଳେ ଆଜବେଷ୍ଟସକୁ ଚୁନା କରି ଦେଇଛି। ତେବେ ଚଢ଼ାଉ ବେଳେ ପୁଲିସ୍‌ ଏକ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି।

ଏ ବିଷୟରେ ଚେଙ୍ଗ ର ମା ଭଳି ସଞ୍ଜୟ ର ମା ବି ପୁଅ ର କାମ ବିଷୟ ରେ କିଛି ଜାଣି ନଥିବା ପୋଲିସ କୁ କହିଛନ୍ତି I ଅପରପକ୍ଷେ, ତା’ ବାପା କହିଛନ୍ତି, ପୁଅ ମୋର କିଛି ଭୁଲ କରିନି। ମାରଣାସ୍ତ୍ର ଘରେ ନିଜ ସୁରକ୍ଷା ପାଇଁ ରଖିଛୁ। କେବେ କାହାକୁ ଆକ୍ରମଣ କରିବାରେ ତାହାକୁ ବ୍ୟବହାର କରିନୁ।ଏନେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ୍‌ ଅଧିକାରୀ କହିଛନ୍ତି, ଯେଉଁମାନେ ଆଇନକୁ ସମ୍ମାନ ଦେଉ ନାହାନ୍ତି, ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ସୂଚନାଯୋଗ୍ୟ କିଛିଦିନ ତଳେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା, କିଛି ଯୁବକ ହାତରେ ବନ୍ଧୁକ ଓ ଖଣ୍ଡା ଧରି ରାଜଧାନୀ ଭୁବନେଶ୍ୱରରେ ଉତ୍ପାତ କରୁଛନ୍ତି। ଧମକ ଚମକ ଦେଉଛନ୍ତି। ସେହି ଭିଡିଓ ଭାଇରାଲ୍‌ ହେବା ପରେ ରାଜଧାନୀରେ ଭୟର ବାତାବରଣ ଖେଳି ଯାଇଥିଲା। ଆଉ ପୁଲିସ ନିଷ୍କ୍ରିୟାତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କମିଶନରେଟ୍‌ ପୁଲିସ ତତ୍ପର ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଛି।ଏଯାଏ ୭ ଜଣ ଗିରଫ ହୋଇ ସାରିଥିବା ବେଳେ ଡିସିପିଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଟିମ୍‌ ଏହି ଘଟଣାର ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରଖିଛି।

Leave A Reply

Your email address will not be published.