ଦୁଇବର୍ଷ ପରେ ଖୋଲିଲା କାଜିରଙ୍ଗା ହାତୀ ସଫାରୀ

26

ଗୁଆହାଟୀ: ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କରେ ଥିବା ହାତୀ ସଫାରୀକୁ ବୁଧବାରଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଯାଇଛି । କୋଭିଡ୍ ଯୋଗୁଁ ଏହି ହାତୀ ସଫାରୀକୁ ବନ୍ଦ ରଖାଯାଇଥିଲା । କୋହରା ଫରେଷ୍ଟ ଡିଭିଜନ ଅଫିସର ରାକେଶ ଗୋଗୋଇ ଆନୁଷ୍ଠାନିକଭାବେ ଏହି ସଫାରୀକୁ ଉଦ୍‌ଘାଟନ କରିଛନ୍ତି । ପ୍ରତ୍ୟେକ ଦିନ ସକାଳ ୫.୩୦ରୁ ୭.୩୦ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଦୁଇଟି ଦଫାରେ ହାତୀ ସଫାରୀ ବୁଲିପାରିବେ ବୋଲି କୁହାଯାଇଛି । ବର୍ତ୍ତମାନ ସଫାରୀରେ ମୋଟ ୩୫ଟି ହାତୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ପ୍ରଥମ ଦିନରେ ଆମେରିକା ଓ ସ୍ୱିଜରଲାଣ୍ଡ ଭଳି ବିଦେଶୀ ପର୍ଯ୍ୟଟକଙ୍କ ସମେତ ଶତାଧିକ ପର୍ଯ୍ୟଟକ ହାତୀ ସଫାରୀର ମଜା ଉଠାଇଥିବା କୁହାଯାଇଛି ।

Comments are closed, but trackbacks and pingbacks are open.