କଟକ ଦଶହରା ଭସାଣୀ ଗଣ୍ଡଗୋଳ ମାମଲାରେ ବନ୍ଧା ହେଲେ ଆଉ ୩

127

କଟକ: କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ କମିଶନରେଟ ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଆଜିର ଗିରଫ ସଂଖ୍ୟାକୁ ମିଶାଇ ଏହି ସଂଖ୍ୟା ୯ରେ ପହଞ୍ଚିଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ । ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି । ପୁଣି ସେପଟେ ହାତୀପୋଖରୀ ଅଞ୍ଚଳରେ ପୋଲିସ ଘରେ ଘରେ ପଶି ଯାଞ୍ଚ କରିଛି । କିଛି ମସଜିଦ ପାଖ ଅଞ୍ଚଳ ମଧ୍ୟ ଯାଞ୍ଚ ହୋଇଛି । ଓଡ଼ିଶା ପୋଲିସ ସହ ମିଶି କେନ୍ଦ୍ରୀୟ ଫୋର୍ସର ଖୋଳତାଡ଼ ଜାରି ରହିଛି । ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି, ଆସନ୍ତାକାଲି ଶୁକ୍ରବାର ସମୂହ ନମାଜ ପାଠ ଆଳରେ କିଛି ବିଶୃଙ୍ଖଳା ହେବ ବୋଲି ଆଶଙ୍କା କରି ପୋଲିସ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । କୌଣସି ଗୁଜବ ଉପରେ ଧ୍ୟାନ ନଦେବାକୁ ପୋଲିସ କହିଛି । ଏହି କ୍ରମରେ ଗୁଜବ ନକରିବା ଓ ଶାନ୍ତି ବଜାୟ ରଖିବାକୁ ମହଲା କମିଟି ଅନୁରୋଧ କରିଛି ।

Comments are closed, but trackbacks and pingbacks are open.