ପଶ୍ଚିମବଙ୍ଗ ନାବୋଦୟ ବିଦ୍ୟାଳୟରେ କରୋନା : ୨୯ ଛାତ୍ର ସଂକ୍ରମିତ

15

ବ୍ରିଟେନରେ କରୋନା ର ନୂଆ ପ୍ରଜାତି ଓମିକ୍ରନ ଏବେ ଭୟଙ୍କର ଭାବରେ ମାଡି ଚାଲିଛି I ବର୍ତ୍ତମାନ ଦିନକୁ ଦିନ ବଢୁଥିବା ନୂଆ ମାମଲାକୁ ଦେଖିଲେ ବ୍ରିଟେନ ରେ ପାଖାପାଖି ୧ ଲକ୍ଷ ଅଧିକ ସଂକ୍ରମିତ ହେଉଥିବାର ରିପୋର୍ଟ ମିଳିଛି I ଏହା ସହିତ କରୋନା ଭାରତରେ କାୟା ମେଲାଇବା ଆରମ୍ଭ କରିଛି I ଗୁଜୁରାଟରେ ଓମିକ୍ରନର ୯ ଟି ନୂଆ ମାମଲା ରିପୋର୍ଟ ହୋଇଛି। ସମଗ୍ର ଦେଶରେ ଓମିକ୍ରନର ୨୩୮ ଟି ମାମଲା ରୁଜୁ ହୋଇଛି ।
ଓମିକ୍ରନ୍ ସହିତ ଦେଶରେ କରୋନା ସଂକ୍ରମିତ ମାମଲା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଆଜି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଥିବା କେନ୍ଦ୍ରସରକାର ଙ୍କ ଅଧିନସ୍ଥ ନବୋଦୟ ବିଦ୍ୟାଳୟର ୨୯ ପିଲା କରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି I ଏହି କାରଣରୁ ବିଦ୍ୟାଳୟ ସମେତ ଆଖପାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ କରୋନା ପରୀକ୍ଷା କରାଯାଉଛି ଇ
କରନା ସଂକ୍ରମଣ ବଢ଼ୁଥିବାରୁ ଯାହା ଜଣ ପଡୁଛି ଦେଶ ପୁଣିଥରେ କୋଭିଡ କବ୍ଜାକୁ ଆସିପାରେ I ଦେଶରେ ୧୭ ଟି ରାଜ୍ୟରେ, ଓମିକ୍ରନ୍ ଭୁତାଣୁ ର ନୂଆ ସଂକ୍ରମିତ ଙ୍କ ସଂଖ୍ୟା ୨୩୮ ରେ ପହଂଚିଲାଣି | ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ମଧ୍ୟ ସତର୍କ ମୋଡରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଏକ ସମୀକ୍ଷା ବୈଠକ କରି ଦେଶରେ COVID-19 ର ପରିସ୍ଥିତି ଉପରେ ଆଲୋଚନା କରିବେ।

Leave A Reply

Your email address will not be published.