୨୩ରେ ହେବ କର୍ଣ୍ଣାଟକ ସାଧାରଣ ନିର୍ବାଚନ !

17

ରାଜନୀତିରୁ ସନ୍ୟାସ ନେବେ ସିଦ୍ଧରମୈୟା ! ୨୩ରେ ହେବ କର୍ଣ୍ଣାଟକ ସାଧାରଣ ନିର୍ବାଚନ ! ସିଦ୍ଧରମୈୟାଙ୍କୁ କାଉଣ୍ଟର ଆଟାକ କଲେ ବୋମ୍ମାଇ !
ସରଗରମ ହେଉଛି କର୍ଣ୍ଣାଟକ ରାଜନିତୀ । ଆଗକୁ ନିର୍ବାଚନ ଥିଲାବେଳେ ବଦଳୁଛି ରାଜନୈତିକ ସମ୍ମୀକରଣ । କିଏ କେଉଁ ଦଳକୁ ଡେଇଁବ , କିଏ କେଇଁ ଦଳରୁ ଲଢିବ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ତେବେ ଆଗାମୀ ଦିନରେ ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚାରେ ସିଦ୍ଧରମୈୟା । ଆଗାମୀ ଦିନରେ ରାଜନିତୀରୁ ସିଦ୍ଧରମୈୟାଙ୍କର ସନ୍ୟାସ ନେବାକୁ ନେଇ ଚର୍ଚ୍ଚା ଜୋରଧରିଛି । ଆଗାମୀ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ ବୋଲି କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି । ଅବସର ନେଲା ପରେ ମଧ୍ୟ ସେ ରାଜନୀତି ସହିତ ଜଡ଼ିତ ରହିବେ ବୋଲି କହିଛନ୍ତି । ଚଳିତ ବର୍ଷ ମେ ୨୪ ତାରିଖରେ କର୍ଣ୍ଣାଟକ ବିଧାନଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକାଳ ଶେଷ ହେବ ।

ତେଣୁ, କର୍ଣ୍ଣାଟକ ବିଧାନସଭାର ସମସ୍ତ ବିଧାୟକମାନଙ୍କୁ ନିର୍ବାଚିତ କରିବା ନିମନ୍ତେ ୨୦୨୩ ମେ ପୂର୍ବରୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଆୟୋଜନ କରାଯିବ । ପୂର୍ବରୁ ୨୦୧୮ ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରେ ‘ଜନତା ଦଳ’ ଏବଂ ‘ଇଣ୍ଡିଆନ୍ ନ୍ୟାସ୍‌ନାଲ୍ କଂଗ୍ରେସ’ଙ୍କ ମିଳିତ ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏଚ୍‌. ଡି. କୁମାରସ୍ୱାମୀ । ସେପଟେ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି ଯେ, ଶାସନ କାଳରେ ସିଦ୍ଧରମୈୟା ରାଜ୍ୟକୁ କରଜରେ ଡୁବାଇ ଦେଇଛନ୍ତି । ଗଣମାଧ୍ୟମକୁ ବୋମ୍ମାଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର ଶାସନ କାଳରେ ସିଦ୍ଧରମୈୟା ସବୁଠୁ ଅଧିକ ଋଣ କରିଛନ୍ତି ।

ଏହା କର୍ଣ୍ଣାଟକ ଇତିହାସରେ ପ୍ରଥମ । ତେବେ ଆଗାମୀ ଦିନରେ ଦଖିବାକୁ ବାକି ରହିଲା ନିର୍ବାଚନ ପାଣିପାଗ କୁଆଡେ ଯାଉଛି । କର୍ଣ୍ଣାଟକରେ କିଏ କରୁଛି ବାଜିମାର ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.