କରମଣ୍ଡଳ ଦୁର୍ଘଟଣାର କାରଣ ମନୁଷ୍ୟକୃତ ତ୍ରୁଟି -ରେଳମନ୍ତ୍ରୀ

30

ଭୁବନେଶ୍ୱର : ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଲେଶ୍ୱର ବାହIନଗାରେ ଘଟିଯାଇଛି ମର୍ମନ୍ତୁଦ ସିରିଜ ରେଳ ଦୁର୍ଘଟଣା I ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୩୦୦ରେ ପହଞ୍ଚିଥିବା ବେଳେ ୮୦୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେହି କାଳରାତ୍ରୀର ଭୟଙ୍କର ଛାତିଥରI ଦୃଶ୍ୟ ଅବର୍ଣ୍ଣନୀୟ I ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁଣିଥରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତେବେ କେଉଁ କାରଣ ପାଇଁ ଏତେବଡ଼ ଦୁର୍ଘଟଣା ଘଟିଲା ସ୍ଥିତି ସମୀକ୍ଷା ପରେ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ I ସେ କହିିଛନ୍ତି ଯେ, ଇଲେକ୍ଟ୍ରୋନିକ ଇଣ୍ଟରଲିକିଂ ପରିବର୍ତ୍ତନ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏଥିପାଇଁ କେଉଁ କର୍ମଚାରୀ ଦାୟୀ ମଧ୍ୟ ଜଣାପଡ଼ିଛି । ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି। ରେଲ୍ ସେଫ୍ଟି କମିଶନର ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବେ। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ,ଏହା ଏକ ମନୁଷ୍ୟକୃତ ତ୍ରୁଟି ବୋଲି ଜଣା ପଡିଛି I କାରଣ କରମଣ୍ଡଳ ଏକ୍ସପ୍ରେସ ଲୁପ୍‌ ଲାଇନ୍‌ରେ ପଶିଥିଲା। ଅପ୍‌ ମେନ୍‌ ଲାଇନ୍‌ ପାଇଁ ଦିଆଯାଇଥିଲା ସିଗ୍‌ନାଲ। ପରେ ସଗିନାଲକୁ ହଟାଇ ଦିଆଯାଇଥିଲା । ତଥାପି କରମଣ୍ଡଳ ଏକ୍ସପ୍ରେସ ଅପ୍‌ ଲୁପ୍‌ ଲାଇନରେ ପଶିଲା।

ପୂର୍ବରୁ ଅପ୍‌ ଲୁପ୍‌ ଲାଇନ୍‌ରେ ଥିଲା ମାଲବାହୀ ଟ୍ରେନ। ଫଳରେ ଧକ୍କା ହୋଇଥିଲା। ମାଲବାହୀ ଟ୍ରେନ ସହ ଧକ୍କା ପରେ ଲାଇନ୍‌ ଚ୍ୟୁତ ହେଲ କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସର ୨ଟି କୋଚ୍‌ ଲାଇନ୍‌ଚ୍ୟୁତ ହୋଇଥିଲା।

ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଆଜି ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ସରିବା ନେଇ ଉଦ୍ୟମ ଚାଲିଛି, ଯାହାଦ୍ୱାରା ଆସନ୍ତା ବୁଧବାର ସକାଳ ସୁଦ୍ଧା ରୁଟରେ ଟ୍ରେନ୍ ଚଳାଚଳ କରିବ । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିଛି, ତଦନ୍ତ ରିପୋର୍ଟ ଖୁବଶୀଘ୍ର ଆସିବ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଦୁର୍ଘଟଣାଗ୍ରସ୍ତ ଟ୍ରାକକୁ ୨୧ଟି ବଗିକୁ ଧାରଣାରୁ ଉଠାଯାଇଛି । ଟ୍ରାକ୍ ବଗି ହଟାଇବା କାମ ଚାଲିଛି । ଏବେ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଂଟ ଓ ଲାଇନ୍ ମରାମତି କାମ । ରାତି ସାରା ମରାମତି କାମରେ ଲାଗିଛନ୍ତି କର୍ମଚାରୀ ।

ସେପଟେ ବାହାନଗାରେ କରମଣ୍ତଳ ଦୁର୍ଘଟଣାଗସ୍ତ ହେବା ପରଠୁ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର (ASM) ଏସବି ମହାନ୍ତି ଫେରାର ଅଛନ୍ତି । ଦୁର୍ଘଟଣା ଘଟିବା ଦିନ ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ (Bahanaga ASM)। କିନ୍ତୁ ଦୁର୍ଘଟଣା (Bahanaga train accident) ପରଠୁ ତାଙ୍କର କୌଣସି ଖୋଜ ଖବର ମିଳୁ ନାହିଁ (Bahanaga Assistant Station Master missing )। ଏ ନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି।

Comments are closed, but trackbacks and pingbacks are open.